News World Odisha
Current News Updates

ପାରାଦୀପରେ କୋଷ୍ଟଗାର୍ଡ ଗୁଳିରେ ମତ୍ସ୍ୟଜୀବୀ ମୃତ

0 596

Get real time updates directly on you device, subscribe now.

ପାରାଦୀପରେ କୋଷ୍ଟଗାର୍ଡ ଗୁଳିରେ ମତ୍ସ୍ୟଜୀବୀ ମୃତ । ଜମ୍ବୁ ରେଞ୍ଜ୍‌ ଡଙ୍ଗାମୁହଁ ନିକଟରେ ଏହି ଘଟଣା ଘଟିଛି । ମୃତ ମତ୍ସ୍ୟଜୀବୀ ହେଲେ ମାୟାଧର ମଲ୍ଲିକ । ତାଙ୍କ ଘର ବାଲେଶ୍ୱର ନରଣପୁର ଅଞ୍ଚଳରେ । ରାତିରେ ପାଟ୍ରୋଲିଂ ବେଳେ କୋଷ୍ଟଗାର୍ଡ଼ ଗୁଳିମାଡ଼ କରିଥିଲେ । ମାୟାଧର ୯ ଜଣଙ୍କୁ ନେଇ ମାଛ ଧରିବା ପାଇଁ ସମୁଦ୍ର ଯାଇଥିବାବେଳେ କଇଁଛ କଟକଣା ଯୋଗୁଁ କୋଷ୍ଟଗାର୍ଡ଼ ବିରୋଧ କରିଥିଲେ । ୫ ନଟିକାଲ ମାଇଲ ଦୂରରେ ମାଛ ମାରୁଥିବାବେଳେ କୋଷ୍ଟଗାର୍ଡ଼ ପକ୍ଷରୁ ବୋଟକୁ ଗୋଡ଼ାଇବା ସହ ୫ ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା ।

ମାୟାଧରଙ୍କ ଶରୀରରେ ୨ଟି ଗୁଳି ଲାଗିଥିବାବେଳେ ଗୁରୁତର ଆହତ ଅବସ୍ଥାରେ ପାରାଦୀପ ପୋର୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ବୋଟକୁ ରାଜନଗର ଫରେଷ୍ଟ ଅଫିସ ଜବତ କରିଥିବାବେଳେ ବୋଟରେ ଥିବା ଅନ୍ୟ ୯ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.

Comments
Loading...