News World Odisha
Current News Updates

ମହାକାଶକୁ ଯିବେ ଭାରତୀୟ !

0 59

ମହାକାଶକୁ ଯିବେ ଭାରତୀୟ । ୨୦୨୧ ଡିସେମ୍ବର ସୁଦ୍ଧା ଭାରତୀୟ ମହାକାଶଚାରୀଙ୍କୁ ମହାକାଶକୁ ପଠାଇବ ଇସ୍ରୋ । ଇସ୍ରୋ, ସେମାନଙ୍କୁ ଗଗନାୟନ ଯୋଜନାରେ ମହାକାଶକୁ ପଠାଇବ ବୋଲି ଘୋଷଣା କରିଛି । ତେବେ କେତେଜଣ ମହାକାଶ ଯିବେ ସେନେଇ କିଛି ସ୍ଥିର ହୋଇନଥିବାବେଳେ ୩ଜଣଙ୍କୁ ସାତ ଦିନ ପାଇଁ ପଠାଇବାକୁ ଇସ୍ରୋ ଚିନ୍ତା କରୁଥିବା ସୂଚନା ମିଳିଛି ।

ପୂର୍ବରୁ ୨୦୦୮ରେ ଗଗନାୟନ ନେଇ ଯୋଜନା ହୋଇଥିଲା । କିନ୍ତୁ ତାହା ସମ୍ଭବ ହୋଇପାରି  ନଥିଲା । ତେବେ ଚଳିତ ଥର ସଫଳ ହେଲେ, ମହାକାଶକୁ ମାନବ ପଠାଇବାରେ ଭାରତ ବିଶ୍ୱର ଚତୁର୍ଥ ଦେଶ ହେବ ।

ଗତବର୍ଷ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ଘୋଷଣା କରିଥିଲେ । ୨୦୨୨ ସୁଦ୍ଧା ମହାକାଶକୁ ଭାରତୀୟମାନେ ଯିବେ ବୋଲି କହିଥିଲେ ମୋଦି  ।

Get real time updates directly on you device, subscribe now.

Comments
Loading...