News World Odisha
Current News Updates

ଅବସର ପରେ ବ୍ୟାଟ ଧରିବେନି କୋହଲି !

0 528

Get real time updates directly on you device, subscribe now.

କ୍ରିକେଟରୁ ଅବସର ଘୋଷଣା ପରେ ଆଉ କ୍ରିକେଟ ଖେଳିବେନି ଭାରତର ଅଧିନାୟକ ବିରାଟ କୋହଲି । ଅଷ୍ଟ୍ରେଲିଆରେ ଖେଳାଯାଉଥିବା ପ୍ରଥମ ଦିନିକିଆ ପୂର୍ବରୁ ସାମ୍ୱାଦିକଙ୍କ ପ୍ରଶ୍ନର ଉତ୍ତରରେ ଏପରି କହିଛନ୍ତି ବିରାଟ । ବିରାଟ କହିଛନ୍ତି, ଭବିଷ୍ୟତରେ କଣ ହେବ ଜାଣିନି, ଏବେ କିନ୍ତୁ ଅଧିକ କ୍ରିକେଟ ଖେଳିବା ଉପରେ ଧ୍ୟାନ ଦେଉଛି । ଆହୁରି କ୍ରିକେଟ ଖେଳିବା ବାକି ଅଛି । ଅବସର ବିଷୟରେ ଚିନ୍ତା କରିନି । ତେବେ ଯେବେ ଅବସର ଗ୍ରହଣ କରିବି ଆଉ କ୍ରିକେଟ ଖେଳିବିନି ।

ସୂଚନା ଥାଉକି, ବର୍ତ୍ତମାନ ଦେଖାଯାଉଛି କ୍ରିକେଟ ଖେଳାଳିମାନେ ଅନ୍ତର୍ଜାତୀୟ ଖେଳରୁ ଅବସର ଘୋଷଣା କରିବା ପରେ ମଧ୍ୟ ବିଭିନ୍ନ ସ୍ଥାନରେ ହେଉଥିବା ଟ୍ୱେଣ୍ଟି -୨୦ ଲିଗରେ ଖେଳ ଜାରି ରଖିଛନ୍ତି । ତେବେ ବିରାଟ ଏପରି କରିବେ ନାହିଁ ବେଲି ସ୍ପଷ୍ଟ କରିଛନ୍ତି ।   

Get real time updates directly on you device, subscribe now.

Comments
Loading...