News World Odisha
Current News Updates

ରୋହିତ୍‌ଙ୍କ ଶତକ ସତ୍ତ୍ୱେ ଭାରତ ପରାସ୍ତ

0 78

Get real time updates directly on you device, subscribe now.

ପ୍ରଥମ ଦିନିକିଆରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଛି । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଜିଠୁ ଦିନିକିଆ ସିରିଜ ଆରମ୍ଭ ହୋଇଥିବା ବେଳେ, ପରାଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ସିଡନୀ କ୍ରିକେଟ ଗ୍ରାଉଣ୍ଡଠାରେ ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ଭାରତକୁ ୩୪ ରନରେ ପରାସ୍ତ କରିଛି । ଅଷ୍ଟ୍ରେଲିଆ ଦ୍ୱାରା ରଖାଯାଇଥିବା ୨୮୯ ରନ ଟାର୍ଗେଟକୁ ପିଛା କରିବାକୁ ଯାଇ ଭାରତୀୟ ଦଳ ୩୦ ଓଭରରେ ୯ ଓ୍ୱିକେଟ ହରାଇ ୨୫୪ ରନ କରିବାକୁ ସକ୍ଷମ ହୋଇଥିଲା ।  ଦଳ ପକ୍ଷରୁ ଉସ୍‌ମାନ ଖ୍ବାଜା ୫୯ ରନ, ସନ୍‌ ମାର୍ଶ ୫୪ ଓ ପିଟର ହ୍ୟାଣ୍ଡ୍ସକମ୍ବ ୭୩ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଭାରତ ପକ୍ଷରୁ ଭୁବନେଶ୍ବର କୁମାର ଓ କୁଲଦୀପ୍‌ ଯାଦବ ୨ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ। ନିଜ ଇନିଂସ ପ୍ରାରମ୍ଭରୁ ହିଁ ଭାରତୀୟ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳୀୟ ସ୍କୋର ମାତ୍ର ୪ ରନ ହୋଇଥିବା ବେଳେ ଭାରତର ତିନି ପ୍ରମୁଖ ବ୍ୟାଟ୍ସମ୍ୟାନ ଶିଖର ଧାଓ୍ଵନ, ଅଧିନାୟକ ବିରାଟ କୋହଲି ଓ ରାଇଡୁ ପାଭିଲିୟନ ଫେରି ଆସି ଭାରତର ସ୍ଥିତି ଦୟନୀୟ କରି ଦେଇଥିଲେ।

କିନ୍ତୁ ଓପନର ରୋହିତ୍‌ ଶର୍ମା ୧୨୯ ବଲରୁ ୧୩୩ ରନର ଶତକୀୟ ଇନିଂସ ଖେଳିଥିଲେ ବି ଭାରତ ୫୦ ଓଭରରେ ୯ ଉଇକେଟରେ ୨୫୪ ରନ କରିପାରିଥିଲା। ରୋହିତ୍‌ଙ୍କ ଏହା ୨୨ତମ ଦିନିକିଆ ଶତକ ଥିଲା। ଭେଟେରାନ୍ ମହେନ୍ଦ୍ର ସିଂ ଧୋନୀ ୯୬ ବଲରୁ ୫୧ ରନର ଧିମା ଇନିଂସ ଖେଳିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ସୁନ୍ଦର ବୋଲିଂ ଫିର୍ଗ‌ ହାସଲ କରିଥିବା ଝେ ରିଚାର୍ଡଶନଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଥିଲେ। ବିଜୟ ସହ ଅଷ୍ଟ୍ରେଲିଆ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି। ସିରିଜର ୨ୟ ଦିନିକିଆ ଜାନୁୟାରୀ ୧୫ରେ ଆଡିଲେଡରେ ଖେଳାଯିବ ।

 

Get real time updates directly on you device, subscribe now.

Comments
Loading...