News World Odisha
Current News Updates

ଡାକ୍ତରଙ୍କ ଘରୁ ଡକାୟତି

0 79

ରୋଗୀ ବୋଲି ପରିଚୟ ଦେଇ ଡାକ୍ତରଙ୍କ ଘରୁ ଡକାୟତି । ନବରଂଗପୁର ଜିଲ୍ଲା ଇନ୍ଦ୍ରାବତୀରେ ଡାକ୍ତରଙ୍କ ଘରୁ ଏପରି ଭାବରେ ଡକାୟତି ହୋଇଥିବା ଅଭିଯୋଗ ହୋଇଛି। ନିଜକୁ ରୋଗୀ ପରିଚୟ ଦେଇ ଡକାୟତମାନେ ଇନ୍ଦ୍ରାବତୀ ମେଡିକାଲର ଡାକ୍ତର ପ୍ରଦୀପ୍ତ ପ୍ରହରାଜଙ୍କ ଘରର କବାଟ ବାଡେଇଥିଲେ । ଡାକ୍ତର ଦ୍ୱାର ଖୋଲିବା ପରେ ମୁଖା ପିନ୍ଧିଥିବା ୪ଜଣ ଦୁର୍ବୃତ୍ତ ଘରେ ପଶି ଲୁଟ୍‌ କିରିଥିବା ଅଭିଯୋଗ ହୋଇଛି ।

 

ସେମାନେ ବନ୍ଧୁକ ଓ ଛୁରି ଦେଖାଇ ୪୦ ହଜାର ଟଙ୍କା, ୫ ଭରି ସୁନା ଓ ୪ଟି ମୋବାଇଲ ଫୋନ୍ ନେଇଯାଇଛନ୍ତି । ଇନ୍ଦ୍ରାବତୀ ଥାନାରେ ଡାକ୍ତରଙ୍କ ପକ୍ଷରୁ ଏତଲା ଦିଆଯାଇଛି। ଅନ୍ୟପଟେ ପୋଲିସ ତଦନ୍ତ ଚଳାଇଛି ।

Get real time updates directly on you device, subscribe now.

Comments
Loading...