News World Odisha
Current News Updates

ବିବାହ ନିମନ୍ତ୍ରଣ ପତ୍ରରେ ଗଣେଶଙ୍କ ସ୍ଥାନ ନେଲେ ରାହୁଲ

0 120

Get real time updates directly on you device, subscribe now.

ରାଜସ୍ଥାନର ଜଣେ କଂଗ୍ରେସ ନେତାଙ୍କ ଦଳୀୟ ପ୍ରେମ, ବିବାହ ନିମନ୍ତ୍ରଣ ପତ୍ରରେ ଦେଖିବାକୁ ମିଳିଛି। ରାଜେନ୍ଦ୍ର ପ୍ରସାଦ ଜୋନଓ୍ବାଲଙ୍କ ଝିଅ କିମ୍ମି କିରଣଙ୍କ ବିବାହ ଚଳିତ ମାସ ୨୯ ତାରିଖରେ ସ୍ଥିର ହୋଇଛି। ଏଥିପାଇଁ ତାଙ୍କ ପିତା ତଥା ରାଜସ୍ଥାନର କଂଗ୍ରେସ ନେତା ଜୋନଓ୍ବାଲ ଯେଉଁ ନିମନ୍ତ୍ରଣ ପତ୍ର ଛାପିଛନ୍ତି ସେଥିରେ ଗଣେଶଙ୍କ ସ୍ଥାନରେ ଦଳ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଫଟୋ ଲଗାଇଛନ୍ତି। କେବଳ ସେତିକି ନୁହେଁ ସେହି କାର୍ଡରେ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର, ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଉପମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟ, ପୂର୍ବ କେନ୍ଦ୍ରମନ୍ତ୍ରୀ ଭଂଓ୍ବର ଜିତେନ୍ଦ୍ର ସିଂ, ଏଆଇସିସି ଚେୟାରମ୍ୟାନ୍ ନିତିନ ରାଉତଙ୍କର ଫଟୋ ମଧ୍ୟ ଦେଖିବାକୁ ମିଳିଛି। ଜୋନଓ୍ବାଲଙ୍କର ଏହି ଚିନ୍ତାଧାରାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆହୁରି ମଧ୍ୟ ଆଲୋଚନା ହେଉଛି କି ଆଗକୁ ନିର୍ବାଚନ ଥିବାରୁ ଏହା ଏକ ପ୍ରକାର ଦଳର ପ୍ରଚାର। ଆଉ ମଧ୍ୟ କିଛି ଆଧ୍ୟାତ୍ମିକ ବ୍ୟକ୍ତିତ୍ୱଙ୍କ ଫଟୋ ଏଥିରେ ଥିବା ଲକ୍ଷ୍ୟ କରାଯାଇଛି।

 

Get real time updates directly on you device, subscribe now.

Comments
Loading...