News World Odisha
Current News Updates

ରାଜଧାନୀରେ ଡଗ୍ ସୋ’

0 92

Get real time updates directly on you device, subscribe now.

ଶନିବାର ଡଗ୍‌ ଶୋ’ ମଜା ନେଇଛନ୍ତି ରାଜଧାନୀବାସୀ । ଡଗ ସୋ ଦେଖିବା ପାଇଁ ଦର୍ଶକଙ୍କ ଭିତରେ ବି ଥିଲା ପ୍ରବଳ ଉତ୍ସାହ । କିଟର ହକି ଷ୍ଟାଡିୟମରେ ଓଡିଶା କେନେଲ୍‌ କ୍ଲବ ଏଭଳି ନିଆରା ଡଗ୍‌ ଶୋ’ର ଆୟୋଜନ କରିଛି ।

ପଡ଼ିଆ ପ୍ରସ୍ତୁତ ଥିଲା, ଆଉ ଗ୍ରାଉଣ୍ଡ ବି । ଚାରି ପଟେ ଦର୍ଶକଙ୍କ ଖଚାଖଚ ଭିଡ଼ । ହକି କି କ୍ରିକେଟ ଖେଳ ପାଇଁ ନୁହେଁ,ଏ ଭିଡ଼ଥିଲା ଡଗ୍‌ ସୋ ପାଇଁ । ରିଙ୍ଗର ଟ୍ରାକରେ ଦୌଡୁଥିଲେ କୁକୁର । ତାଙ୍କ ସହ ତାଳ ଦେଇ ଟ୍ରେନର ବି ଦୌଡୁଥିଲେ । ପ୍ରତିଯୋଗିତାର ପ୍ରଥମ ଦିନରେ ଟ୍ରାକକୁ ଓହ୍ଲାଇଥିଲା ଜର୍ମାନ ସେଫର୍ଡ । ଡଗ୍‌ ରେସ ବି ବେଶ ଆକର୍ଷଣୀୟ ଥିଲା । ରେସ ସହ ସେମାନଙ୍କ ଚାଲି, ବ୍ୟବହାର, ଟ୍ରେନରଙ୍କ କମାଣ୍ଡ ଓ ଛିଡା ହେବାର ପୋଜିସନ ଦେଖୁଥିଲେ ବିଚାରକ । ଆଉ ଡଗ୍‌ ସୋରେ ରାଜ୍ୟ ତଥା ରାଜ୍ୟ ବାହରର ମହିଳା ଓ ପୁରୁଷ ପ୍ରଜାତିର ୭୦ଟି ଜର୍ମାନ ସେଫର୍ଡ ବ୍ରିଡର ଡଗ୍‌ ଭାଗ ନେଇଥିଲେ । ମାଲିକ ଯେଉଁ କମାଣ୍ଡ ଦେଉଛନ୍ତି ତାକୁ ପାଳନ କରୁଛନ୍ତି ଏମାନେ । କମାଣ୍ଡକୁ ପୂରା ଫଲୋ କରୁଥିଲେ । ପୋଲସିର ସ୍ନିପର ଡଗ ଭଳି ଉଠୁ କହିଲେ ଉଠୁଥିଲା ଓ ବସୁଥିଲା। ମାଲିକର ହାତ ଗନ୍ଧକୁ ରୁମାଲର ପୋଛି ଧାଡିରେ ଥିବା ରୁମାଲ ପାଖରେ ରଖା ଯାଇଥିଲା। ତା ପରେ ମାଲିକ ଜଣଙ୍କ ନିଜ ହାତ ଗନ୍ଧକୁ ଡଗ୍‌ ମୁହଁରେ ଶୁଘାଂଇ ଖୋଜିବା ପାଇଁ କମାଣ୍ଡ ଦେଇଥିଲେ। ତା ପରେ ଜଣକ ପରେ ଜଣେ ଡଗ୍‌ ଆସି ରୁମାଲକୁ ଧରି ନେଉଥିଲେ।। ପ୍ରତିଯୋଗିତାରେ ଭାଗ ନେଇଥିଲେ ରାଜ୍ୟ ତଥା ରାଜ୍ୟ ବାହରର ବେଲିଜିଆନ ମାଲିନଇସ, ଡୋବର ମ୍ୟାନ, ଲାବ୍ରାଡର, ଜର୍ମାନ ସେଫର୍ଡ ଓ ଡାଲ ମାସିଆନ ଭଳି ପ୍ରଜାତି। ପ୍ରଥମ ଦିନ ପ୍ରତିଯୋଗିତାରେ ଚାଲିଚଲଣ ଓ ବ୍ୟବହାର ଅନୁସାରେ ଚୟନ କରାଯାଇ ଡଗ୍‌ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ରବିବାର ଅନ୍ତଜାର୍ତୀୟ ପ୍ରଜାତିର ଡଗ୍‌ମାନଙ୍କୁ ନେଇ ଡଗ ସୋ କରାଯିବ।

 

 

Get real time updates directly on you device, subscribe now.

Comments
Loading...