News World Odisha
Current News Updates

ବଢିଲା ଅଙ୍ଗନବାଡି କର୍ମୀଙ୍କ ପ୍ରାପ୍ୟ !

0 372

ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ  ଅଙ୍ଗନବାଡି କର୍ମୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ୨୦୧୯  ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରିଛନ୍ତି ଅଙ୍ଗନବାଡି କର୍ମୀଙ୍କୁ  ଦେଇଛନ୍ତି ଖୁସିର ଖବର । ପିଠା, ବସୁଧା, କାଳିଆ , ମୋ ଘରେ ଏଲଇଡି ଆଦି ଯୋଜନା କରି ସବୁ ବର୍ଗର ଲୋକଙ୍କଠାରୁ ପ୍ରସଂଶା ପରେ ଏବେ ଅଙ୍ଗନବାଡି କର୍ମୀଙ୍କୁ  ସନ୍ତୁଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ଅଙ୍ଗନବାଡି କର୍ମୀଙ୍କ ଦରମାକୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର।

ଘୋଷଣା ମୁତାବକ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୬ ହଜାରରୁ ୭୫୦୦ ଟଙ୍କା ବୃଦ୍ଧି କରାଯାଇଛି।  ମିନି ଅଙ୍ଗନବାଡି କର୍ମୀଙ୍କ ଦରମା ୪୧୨୫ ରୁ ୫୩୭୫ ଟଙ୍କାକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ପରି ଅଙ୍ଗନବାଡି ହେଲପରଙ୍କ ଦରମା ୩ ହଜାରରୁ ୩୭୫୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ତେବେଏହି ବର୍ଦ୍ଧିତ ଦରମା ୨୦୧୮ ଅକ୍ଟୋବରରୁ ପିଛିଲା ଭାବେ ଲାଗୁ ହେବ। ଏହା ସହିତ ଅଙ୍ଗନବାଡି କର୍ମୀଙ୍କ ଅବସର ବୟସ ସୀମା ୬୨କୁ ବୃଦ୍ଧି କରାଯାଇଛି।  ଏହା ବ୍ୟତୀତ ଅଙ୍ଗନବାଡି କର୍ମୀ, ହେଲପରଙ୍କୁ ୧୫ ଦିନ ଖରାଛୁଟି ମିଳିବା ସହ ଅବସର ପରେ ଅଙ୍ଗନବାଡି କର୍ମୀ, ହେଲପରଙ୍କୁ ୨୫ ହଜାର ଟଙ୍କା ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି  ମିନି ଅଙ୍ଗନବାଡି କର୍ମୀଙ୍କୁ ୧୫, ହେଲପରଙ୍କୁ ୧୦ ହଜାର ସହାୟତା ମିଳିବ।

Get real time updates directly on you device, subscribe now.

Comments
Loading...