News World Odisha
Current News Updates

ଶାଶୂ ଘରେ ଲାଗିଲା ଲଟ୍‌କା…

0 267

Get real time updates directly on you device, subscribe now.

ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲା । ନିକିତାଙ୍କ ଶାଶୂ ଘରେ ଲାଗିଲା ଲଟ୍‌କା । ଚାଉଳିଆଗଞ୍ଚ ଥାନା ପୁଲିସ ଲଗାଇଲା ଲଟକା। ୧୯ ତାରିଖ ଦିନ ୧୧ଟା ପୂର୍ବରୁ ହାଜର ହେବାକୁ ନୋଟିସରେ କୁହାଯାଇଛି । ଲିଙ୍ଗରାଜ ସାହୁ ଓ କୁନ୍ତଳା ସାହୁଙ୍କୁ  ହାଜର ପାଇଁ କରାଯାଇଛି ନୋଟିସ । ଥାନାରେ ଏତଲା ପରଠୁ ଫେରାର ଅଛନ୍ତି ନିକିତାଙ୍କ ଶାଶୂ ଓ ଶ୍ୱଶୂର । ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି । ସେପଟେ ଲଟ୍‌କା ଜାରି ହେବା ପରେ ପ୍ରତିକ୍ରିୟା ରଖିଛନ୍ତି  ଲିପନ୍‌ଙ୍କ ଭଉଣୀ ସୋନମ ସାହୁ । ମମି ଓ ପାପା କୁଆଡେ ଯାଇଛନ୍ତି ସେ ଜାଣିନାହାନ୍ତି ।  ତେବେ ପୋଲିସକୁ ଆରମ୍ଭରୁ ସହଯୋଗ କରିଛି, ଆଗକୁ ମଧ୍ୟ କରିବି ବୋଲି ସେ ନିଜ ପ୍ରତିକ୍ରିୟା ରଖିଛନ୍ତି । ନିକିତାଙ୍କ ଶାଶୂ ଓ ଶ୍ୱଶୂର ନୋଟିସ ଦେବା ପାଇଁ ବାରମ୍ବାର ଯାଇଛି କମିସନରେଟ ପୋଲିସ। କିନ୍ତୁ  ତଦନ୍ତରେ ସେମାନେ ସହଯୋଗ କରୁ ନଥିବା ପୋଲିସ ସ୍ପଷ୍ଟ କରିଛି । ସେଥିପାଇଁ ଲଟ୍‌କା ଲଗାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।  ଗତ ୪ତାରିଖରେ ନିକିତାଙ୍କ ମୃତ୍ୟୁ ହୋଇଥିଲା  । ମହାନଦୀବିହାର ସ୍ଥିତ ବାସଭବନରେ  ନିକିତା ଓ ତାଙ୍କ ସ୍ୱାମୀ ଲିପନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଏବଂ ଛାତ ଉପରୁ ନିକିତାଙ୍କୁ ଲିପନ ଠେଲିଦେଇଥିବା ଅଭିଯୋଗ ହୋଇଛି। ଏହା ପରେ ୬ ତାରିଖରେ ନିକିତାଙ୍କ ବାପା ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଥିଲେ । ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ସେମାନେ ନିର୍ଦ୍ଦୋଷ ତେବେ ସେମାନେ ତଦନ୍ତରେ ସହଯୋଗ କରୁନାହାନ୍ତି କାହିଁକି? କାହିଁକି ଫେରାର ଅଛନ୍ତି ସେମାନେ?

Get real time updates directly on you device, subscribe now.

Comments
Loading...