News World Odisha
Current News Updates

ଓଡ଼ିଆ ଏମପି ନଂ୧

0 2,568

Get real time updates directly on you device, subscribe now.

ପାର୍ଲାମେଣ୍ଟରେ ଓଡ଼ିଶାର ସାଂସଦମାନଙ୍କ ଅଂଶଗ୍ରହଣ ବେଶ ସନ୍ତୋଷଜନକ ରହିଥିବା, ସଂସଦର ଶୀତ ଅଧିବେଶନ ପରେ ପ୍ରକାଶ ପାଇଥିବା ତଥ୍ୟରୁ ଜଣାପଡିଛି । ସାଂସଦମାନେ ବେଶ ଦକ୍ଷତାର ସହିତ ବିଭିନ୍ନ ପ୍ରସଙ୍ଗରେ ଦୃଢ ମତ ରଖିବା ସହିତ ନିଜ ନିଜ ଅଂଚଳର ସମସ୍ୟାକୁ ଗୃହରେ ଉପସ୍ଥାପନ କରିଛନ୍ତି । ତଥ୍ୟରୁ ଜଣାପଡିଛି ଯେ ବାଲେଶ୍ୱର ସାଂସଦ ରବୀନ୍ଦ୍ର କୁମାର ଜେନା ସର୍ବାଧିକ ୩୪୧ଟି ବିତର୍କରେ ଅଂଶଗ୍ରହଣ କରି ପ୍ରଥମରେ ରହିଛନ୍ତି । ତାଙ୍କ ପଛକୁ ରହିଛନ୍ତି ସାଂସଦ ଭର୍ତ୍ତୁହରି ମହତାବ । ସେ ୩୦୫ଟି ବିତର୍କରେ ଅଂଶଗ୍ରହଣ କରିଛନ୍ତି । ଜଗତସିଂହପୁର ସାଂସଦ କୁଳମଣି ସାମଲ ୨୧୮ଟି, ତଥାଗତ ଶତପଥୀ ୮୫ଟି, ବଳଭଦ୍ର ମାଝୀ ୭୩ଟି, ପ୍ରଭାସ ସଂହ ୫୬ଟି, ନଗେନ୍ଦ୍ର ପ୍ରଧାନ ୫୦ଟି, ପ୍ରସନ୍ନ ପାଟଶାଣୀ ୩୫ଟି ବିତର୍କରେ ଅଂଶଗ୍ରହଣ କରିଛନ୍ତି ।

ସେହିପରି କଲିକେଶ ନାରାୟଣ ସିଂଦେଓ ୨୮ଟି, ଅର୍କକେଶରୀ ଦେଓ ୨୫ଟି, ପିନାକୀ ମିଶ୍ର ୧୭ଟି, ପ୍ରତ୍ୟୁଷା ରାଜେଶ୍ୱର ସିଂ ୧୬ଟି, ରୀତା ତରାଇ ୧୫ଟି ବିତର୍କରେ ଭାଗ ନେଇଛନ୍ତି । ସାଂସଦ ରବୀନ୍ଦ୍ର କୁମାର ଜେନା ୫୦୦ ପ୍ରଶ୍ନ ପଚାରିଛନ୍ତି । ସାଂସଦ ଭର୍ତ୍ତୁହରି ମହତାବ ୨୯ଟି ପ୍ରାଇଭେଟ୍‌ ମେମ୍ବର ବିଲ ଆଣିଥିବା ବେଳେ, ନୂଆ ସାଂସଦମାନଙ୍କ ମଧ୍ୟରେ ରବୀନ୍ଦ୍ର କୁମାର ଜେନା ସର୍ବାଧିକ ୧୭ଟି ପ୍ରାଇଭେଟ୍‌ ମେମ୍ବର ବିଲ ଆଣିଛନ୍ତି । ସେହିଭଳି ରାଜ୍ୟସଭାରେ ସାଂସଦମାନଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଥିବା ଜଣାପଡିଛି । ପ୍ରସନ୍ନ ଆଚାର୍ଯ୍ୟ ସର୍ବାଧିକ ୫୪୪ଟି ପ୍ରଶ୍ନ ପଚାରିଥିବା ବେଳେ ତାଙ୍କ ପଛକୁ ରହିଛନ୍ତି କଂଗ୍ରେସ ସାଂସଦ ରଂଜୀବ ବିଶ୍ୱାଳ । ସେ ୪୭୩ଟି ପ୍ରଶ୍ନ ପଚାରିଛନ୍ତି । ଅନୁଭବ ମହାନ୍ତି ୪୫୧ଟି ପ୍ରଶ୍ନ ପଚାରିଛନ୍ତି । ବିତର୍କ, ଉପସ୍ଥାପନା କ୍ଷେତ୍ରରେ ରାଜ୍ୟସଭାରେ ମଧ୍ୟ ଓଡିଆ ସାଂସଦମାନେ ବେଶ୍‌ ଆଗରେ ଥିବା ଜଣାପଡିଛି ।

Get real time updates directly on you device, subscribe now.

Comments
Loading...