News World Odisha
Current News Updates

ଗରିବ ସବର୍ଣ୍ଣଙ୍କୁ ମିଳିବ ଚାକିରି ଓ ଶିକ୍ଷାରେ ୧୦ ପ୍ରତିଶତ ସଂରକ୍ଷଣ

0 94

ଆଇନରେ ପରିଣତ ହେଲା ୧୦ ପ୍ରତିଶତ ସଂରକ୍ଷଣ ବିଲ୍‌ । ଏଣିକି କେନ୍ଦ୍ରୀୟ ଚାକିରି ଏବଂ ଉଚ୍ଚତର ଶିକ୍ଷା କ୍ଷେତ୍ରରେ ସାଧାରଣ ବର୍ଗର ଆର୍ଥିକ ଅନଗ୍ରସରଙ୍କୁ ସଂରକ୍ଷଣ ସୁବିଧା ମିଳିବା ପକ୍କା ହେଲା ।  ମଙ୍ଗଳବାର ଏହି ବିଲକୁ ଲୋକସଭା ଏବଂ ବୁଧବାର ରାଜ୍ୟସଭାର ଅନୁମୋଦନ ମିଳିଥିଲା । ଆଉ ଏବେ ସେଥିରେ ମୋହର ମାରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ମଧ୍ୟପ୍ରଦେଶ ଓ ରାଜସ୍ଥାନ ନିର୍ବାଚନରେ ନିର୍ବାଚନୀ ଆକ୍ରୋଶର ଶିକାର ହେବା ପରେ ସାଧାରଣ ନିର୍ବାଚନର ମାତ୍ର ୪ ମାସ ପୂର୍ବରୁ ମୋଦି ସରକାର ଏହି ବିଲ୍‌ ଆଣିଛନ୍ତି । ବିଲକୁ ବିରୋଧୀ ବିରୋଧ କରିଥିଲେ, ସରକାରଙ୍କ ତରବରିଆ ନିଷ୍ପତ୍ତି ନେଇ ପ୍ରଶ୍ନ ଉଠାଇଥିଲେ । କିନ୍ତୁ ଭୋଟ୍‌ ବ୍ୟାଙ୍କ ପଲିଟିକ୍ସକୁ ନଜରରେ ରଖି ସମର୍ଥନ କରିବାକୁ ବାଧ୍ୟ ହୋଇଥିଲେ। ପୂର୍ବରୁ ସଂରକ୍ଷଣ ସୀମା ୫୦ ପ୍ରତିଶତରେ ସୁପ୍ରିମକୋର୍ଟ ସ୍ଥିର ରଖିଥିବା ବେଳେ ଏବେ ତାହା ୬୦ ପ୍ରତିଶତ ହେଲା ।

 

 

Get real time updates directly on you device, subscribe now.

Comments
Loading...