News World Odisha
Current News Updates

ଆଜିର ରାଶିଫଳ

0 184

ମେଷ

ଆଜିର ଚନ୍ଦ୍ର ସହ ମଙ୍ଗଳ ଯୋଗ ଲକ୍ଷ୍ମୀଯୋଗ ସୃଷ୍ଟି କରୁଥିବାରୁ ଯେମିତି ପାଇବେ ବ୍ୟସ୍ତ ହେତୁ ସେମିତି ମଧ୍ୟ ଖର୍ଚ୍ଚ କରିବେ । ବାଧ୍ୟବାଧକତାରେ ପଡ଼ି ଯାତ୍ରା କରିବେ। ସ୍ବଗୃହାଭିମୁଖୀ ମଙ୍ଗଳ ହେତୁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ସମ୍ପୂର୍ଣ୍ଣ ଉନ୍ନତି ଦେଖାଦେବ । ଆନୁଷ୍ଠାନିକ କାମ, ପ୍ରଶାସନ, ପ୍ରକାଶନ ଓ ଅଧ୍ୟାପନା କ୍ଷେତ୍ରରୁ ଶୁଭଫଳ ମିଳିବ।

ବୃଷ

ଅଷ୍ଟମସ୍ଥ ରବି ସହ ଶନି ଓ ବୁଧ ଆପଣଙ୍କୁ ବିଭିନ୍ନ ସମସ୍ୟା ମଧ୍ୟରେ ବ୍ୟଥିତ କରାଇପାରେ। କର୍ମ କ୍ଷେତ୍ରରେ ଯାହାକୁ ଯାହା କହିବେ, ଭୁଲ୍‌ ବୁଝାମଣା କ୍ରମରେ ସେହି ବ୍ୟକ୍ତି ତାହାକୁ ଓଲଟା ଅର୍ଥରେ ଗ୍ରହଣ କରିବ। ସାଧାରଣ କେତେକ ବ୍ୟତିକ୍ରମକୁ ବାଦ୍‌ ଦେଲେ ଯାତ୍ରା ଓ କାର୍ଯ୍ୟ ସଫଳ ହେବାରେ ଅସୁବିଧା ହେବନାହିଁ ।

ମିଥୁନ

ଶନି ଓ କେତୁଙ୍କ ସ୍ଥିତି ଫଳରେ କୌଣସି କାମ ସହଜରେ ସମ୍ପନ୍ନ ହୋଇପାରିବ ନାହିଁ। ଆକସ୍ମିକ ଭାବରେ ଖର୍ଚ୍ଚଭାର ବୃଦ୍ଧି ପାଇବା କାରଣରୁ ଚିନ୍ତା ପ୍ରକଟ କରିବେ। ଆଲୋଚନା ପରିସରରେ ବିରକ୍ତିକର କଥା କହି ସଂଯମତା ହରାଇ ଅପଦସ୍ଥ ହୋଇପାରନ୍ତି। କ୍ରୀଡ଼ା, କଳା, ସାହିତ୍ୟ, ପ୍ରକାଶନ ଓ ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇପାରନ୍ତି।

କର୍କଟ

ବିଭିନ୍ନ ପ୍ରକାର ଦାୟିତ୍ୱ ସମ୍ଭାଳିବାରେ ନୟାନ୍ତ ହୋଇପାରନ୍ତି। କିନ୍ତୁ ଶୁଭ ଗ୍ରହମାନଙ୍କ ସୁପ୍ରଭାବରେ କୌଣସି କାମରେ ଓହରି ଆସିବେ ନାହିଁ । ବନ୍ଧୁମାନଙ୍କ ପରାମର୍ଶରେ ଅର୍ଥ ଲାଭର ଯୋଜନା କରିବା କାମରେ ନିଜକୁ ନିୟୋଜିତ କରିପାରନ୍ତି। ତଥାପି ରାହୁଙ୍କ କୁପ୍ରଭାବରୁ ଅଧିକାଂଶ ସମୟ ଅନ୍ୟମନସ୍କତା ହେତୁ କେତେକ ଭୁଲ୍‌ କରିବେ।

ସିଂହ

ସ୍ବାସ୍ଥ୍ୟ ସମସ୍ୟା ସାଙ୍ଗକୁ ଅର୍ଥସଙ୍କଟ ବିଷମ ପରିସ୍ଥିତି ସୃଷ୍ଟି କରିବ। ସେହିଭଳି ପରିସ୍ଥିତିରେ ମଧ୍ୟ ନିକଟ ସମ୍ପର୍କୀୟଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିବାରେ ସହାୟକ ହେବ। ପାରିବାରିକ କ୍ଷେତ୍ରରେ କିଛି ନ କହି ନୀରବ ରହିବା ଭଲ ହେବ। ସଭାସମିତିରେ ସମ୍ମାନ ଲାଭ ସାଙ୍ଗକୁ ଆଇନ ଅଦାଲତର ରାୟ ସପକ୍ଷରେ ଯିବାରୁ ଖୁସି ରହିବେ।

କନ୍ୟା

ନିଜ ସହ ଭଲ ସମ୍ପର୍କ ରହିଥିବା ଲୋକମାନଙ୍କ ସହଯୋଗ ଲାଭକରି ଅଭିଳଷିତ କାମ ହାସଲ କରିବେ। ପରିବାର ଭିତରେ କିଛିଟା ଗୋଳମାଳିଆ ପରିସ୍ଥିତି ସାମୟିକ ଭାବରେ ପ୍ରତିବନ୍ଧକ ସୃଷ୍ଟି କରିପାରେ। ପିଲାଙ୍କ ସକାଶେ ଅନ୍ୟମାନଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡ଼ିବ। ଭ୍ରମଣଜନିତ କ୍ଳାନ୍ତି ଦେଖାଦେଇପାରେ।

ତୁଳା

ଅଫିସରେ କିମ୍ବା କର୍ମକ୍ଷେତ୍ରରେ ରହିଥିବା କେତେକ କାରଣରୁ ଗୁଡ଼ାଏ କାମ ହାତକୁ ନେଇ ବ୍ୟଥିତ ହେବେ । ବନ୍ଧୁଙ୍କ ସହ ଆଲୋଚନାରେ ଅପ୍ରିୟ ସତ୍ୟ କଥା ପ୍ରକାଶ କରିବା ହେତୁ ପରୋକ୍ଷ ଶତ୍ରୁତା ସୃଷ୍ଟି ହୋଇପାରେ। ଆଜିର ଯାତ୍ରାରେ ସଫଳତା ପାଇବେ, କିନ୍ତୁ ଫେରନ୍ତା ସମୟ ମନସ୍ତାପରେ କଟିବ। ବାଣିଜ୍ୟ, ବ୍ୟବସାୟ, କ୍ରୟବିକ୍ରୟ କ୍ଷେତ୍ରରେ ସଫଳତା ପାଇବେ ।

ବିଛା

ଶୁଭଗ୍ରହ ପ୍ରଭାବରେ ଚିନ୍ତାଧାରା ଭଲ ହେଲେ ମଧ୍ୟ ବ୍ୟବହାରରେ ବ୍ୟତିକ୍ରମ ପରିସ୍ଥିତିକୁ ଓଲଟପାଲଟ କରିଦେଇପାରେ। କର୍ମକ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା କଲେ କିଛି ଲାଭ ହେବନି, ବରଂ କୌଶଳ ପ୍ରୟୋଗ କରି କାମ ହାସଲ ପାଇଁ ଚେଷ୍ଟା କରିବା ଭଲ ହେବ। ଏଜେନ୍ସିପ୍‌, ରାଜନୀତି, ନୂତନ କର୍ମାରମ୍ଭ, କଳା ଓ ସାହିତ୍ୟ ପ୍ରଭୃତିରୁ ସୁଫଳ ପାଇବେ।

ଧନୁ

ପରିସ୍ଥିତିର ବିଷମତାରେ ଅଧିକାଂଶ ସମୟ ନେଗେଟିଭ୍‌ ଚିନ୍ତାଧାରା ମନକୁ ବିବ୍ରତ କରାଇପାରେ। ପ୍ରତ୍ୟେକ କ୍ଷେତ୍ରରେ ପରୋକ୍ଷ ଶତ୍ରୁତାର କୁପ୍ରଭାବ ଅନୁଭବ କରିପାରନ୍ତି। ସହକର୍ମୀ, ଭାଇଭଉଣୀ କିମ୍ବା ଅଧସ୍ତନ କର୍ମଚାରୀଙ୍କ ଦ୍ୱାରା କାର୍ଯ୍ୟ ସାଧନ କରିବେ। ଅନ୍ୟମାନଙ୍କଠାରୁ ଅର୍ଥ, କାମ ଆଦାୟ କରିବାରେ ସଫଳ ହେବେ।

ମକର

ଆଜି କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ,ପରିବହନ ଓ ନିର୍ମାଣ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ବିବାଦୀୟ ଘଟଣାରେ ପ୍ରତିଦ୍ୱନ୍ଦ୍ୱିତା ରହିଲେ ମଧ୍ୟ ସଫଳତା ଆପଣଙ୍କ ପଛରେ ରହିଛି। ସମ୍ପର୍କୀୟ କଅଁଳିଆ କଥା କହି କାର୍ଯ୍ୟ ହାସଲ କରିବାର ଅପଚେଷ୍ଟା କରିପାରନ୍ତି।

କୁମ୍ଭ

କୌଣସି ବ୍ୟକ୍ତିଙ୍କ ଅର୍ଥ ତୋସରପାତକୁ କେନ୍ଦ୍ରକରି କଳହ ଲାଗିପାରେ। ପାରିବାରିକ କ୍ଷେତ୍ରରେ ପୂର୍ବରାଗକୁ ନେଇ କାହା କଥାକୁ କିଏ ସମର୍ଥନ କରି ନ ପାରନ୍ତି। ଯାତ୍ରା, ବାଣିଜ୍ୟ,ବ୍ୟବସାୟରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ସାୟାହ୍ନେ କୌଣସି ଶୁଭଖବର ମନକୁ ହାଲୁକା କରିଦେବ।

ମୀନ

ରାଶିରେ ଚନ୍ଦ୍ର ଧନାଧିପତିଙ୍କ ସଙ୍ଗ ଲାଭକରି ଅର୍ଥଲାଭ,ସମ୍ମାନପ୍ରାପ୍ତି ସାଙ୍ଗକୁ ପ୍ରତ୍ୟେକ କାମରେ ସିଦ୍ଧିଲାଭ କରାଇବ। ଶାରୀରିକ ଅସୁସ୍ଥତା କାରଣରୁ କେତେକ କାମରେ ଅବହେଳା କରିପାରନ୍ତି। କଳା,ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍‌ ଆଦୃତ ହେବେ। ବ୍ୟବସାୟ ଓ ପରିବହନରୁ ଲାଭବାନ୍‌ ହେବେ।

 

Get real time updates directly on you device, subscribe now.

Comments
Loading...