News World Odisha
Current News Updates

ଅଜଣା ଗାଡି ଧକ୍କାରେ ୨ମୃତ

0 100

Get real time updates directly on you device, subscribe now.

ଗାଡି ଧକ୍କାରେ ଛାରଖାର ହୋଇଗଲା ପରିବାର । ଢ଼େଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଭଦଳିଆ ଠାରେ ଆଜି ଅପରାହ୍ନ ୩ଟା ବେଳକୁ ଅଜଣା ଗାଡି ସହିତ ବାଇକ ଧକ୍କାରେ ବାପା-ପୁଅ ମୃତ ହୋଇଥିଲା ବେଳେ ୫ ବର୍ଷର ନାତିର ଆବସ୍ତା ଗୁରୁତର ।

ସୂଚନା ଅନୁସାରେ ଯଡୋଲିଆ ଗ୍ରାମର ବିରଞ୍ଚି, ବାପା ଜଗବନ୍ଧୁ ସର୍ଦାର ଓ ପୁଅ ସୁଜିତ ସର୍ଦାରକୁ ନେଇ ବାଇକରେ ଭଦଳିଆ ଗାଁରୁ ନିଜ ଗାଁ ଡୋଲିଆକୁ ଆସୁଥିବା ବେଳେ କଙ୍କଡାହାଡ଼ ମହାବିରୋଡ଼ ମୁଖ୍ୟ ରାସ୍ତା ଭଦଳିଆ ଛକ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ବିରଞ୍ଚି ସର୍ଦାରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ଦ୍ୱାରା ବାପା ଜଗବନ୍ଧୁ ସର୍ଦାର ଓ ବିରଞ୍ଚିଙ୍କ ୫ ବର୍ଷର ପୁଅ ସୁଜିତଙ୍କୁ ଗୁରୁତର ଅବସ୍ଥାରେ କଙ୍କଡ଼ାହାଡ଼ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଗବନ୍ଧୁଙ୍କ ମୃତ୍ୟୁ ଘଟିଥିବା ବେଳେ ସୁଜିତର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ପରେ ଢ଼େଙ୍କାନାଳ ଜିଲ୍ଲା ସଦର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

 

Get real time updates directly on you device, subscribe now.

Comments
Loading...