News World Odisha
Current News Updates

ଏକାଠି ହେଲେ ମାୟାବତୀ-ଅଖିଳେଶ

0 172

Get real time updates directly on you device, subscribe now.

ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି (ଏସପି) ଓ ବହୁଜନ ସମାଜ ପାର୍ଟି (ବିଏସପି) ମଧ୍ୟରେ ମେଣ୍ଟ ହୋଇଛି । ୨୦୧୯ ଲୋକସଭା ନିର୍ବାଚନରେ କେନ୍ଦ୍ରରୁ ବିଜେପି ସରକାରକୁ ହଟାଇବା ପାଇଁ ଏହି ମେଣ୍ଟ ହୋଇଛି । ତେବେ ମେଣ୍ଟରେ କଂଗ୍ରେସକୁ ସାମିଲ କରାଯାଇ ନାହିଁ । ଶନିବାର ଏନେଇ ମିଳିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ବିଏସପି ମୁଖ୍ୟ ମାୟାବତୀ । ଏହା ସହ ଆଗମୀ ଲୋକସଭା ନିର୍ବାଚନ ପାଇଁ ଆସନ ବୁଝାମଣା ହୋଇଥିବା ସେ ଘୋଷଣା କରିଛନ୍ତି । ତେବେ କଂଗ୍ରେସର ସ୍ଥିତି ଉତ୍ତରପ୍ରଦେଶରେ ଭଲ ନଥିବାରୁ କଂଗ୍ରେସ ସହ ମେଣ୍ଟ ହେଲା ନାହିଁ ବୋଲି ମାୟାବତୀ କହିଛନ୍ତି । ସେପଟେ ମେଣ୍ଟ ଘୋଷଣା ପରେ ମେଣ୍ଟକୁ ଅଭିନନ୍ଦନ ଜଣାଇଛନ୍ତି ଉଭୟ ଦଳର କର୍ମୀ ।

ଘୋଷଣା ଅନୁଯାୟୀ, ଉତ୍ତରପ୍ରଦେଶର ୮୦ ଆସନ ମଧ୍ୟରୁ ଉଭୟ ଦଳ ୭୬ଟି ଆସନରେ ଲଢ଼ିବେ । ଦୁଇଟି ଆସନ ମେଣ୍ଟ ପାଇଁ ଆଗ୍ରହୀ ଥିବା ଅନ୍ୟ ଦଳ ପାଇଁ ଛଡ଼ାଯାଇଥିବା ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ସେପଟେ ଅନ୍ୟ ଦୁଇଟି ଆସନ ଆମେଥି ଓ ରାଏବରେଲୀରୁ ବିଜେପିକୁ ହରାଇବା ପାଇଁ ଦୁଇଟି ଆସନରେ ମେଣ୍ଟ ପ୍ରାର୍ଥୀ ଦେବ ନାହିଁ ବୋଲି ଘୋଷଣା କରିଛି । ସୂଚନା ଅନୁଯାୟୀ, ଆମେଥି ଓ ରାଏବରେଲୀରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀ ଲଢ଼ନ୍ତି । ମିଳିତ ସାମ୍ବାଦିକ ସମ୍ମିଳନୀରେ ମାୟାବତୀଙ୍କ ସହ ଏସପି ମୁଖ୍ୟ ଅଖିଳେଶ ଯାଦବ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments
Loading...