News World Odisha
Current News Updates

ଓଡ଼ିଶାର ସୁନା ଝିଅ ପ୍ରତ୍ୟାଶା ।

0 37

ଜାରି ରହିଛି ଓଡ଼ିଆ ଝିଅ ପ୍ରତ୍ୟାଶାଙ୍କ ଜୟଯାତ୍ରା । ନିଜ କ୍ୟାରିଅରରେ ଜିତିଛନ୍ତି ଅନେକ ପଦକ। ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ପ୍ରତିନିଧିତ୍ୱ କରି ଓଡ଼ିଶାକୁ ଭେଟି ଦେଇଛନ୍ତି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ମେଡାଲ୍‌। ୨୦୧୩ରେ ପ୍ରଫେସନାଲ କ୍ୟାରିଅର ଆରମ୍ଭ କରି ୨୦୧୪ରେ ପାଇଥିଲେ ପ୍ରଥମ ଜାତୀୟ ପଦକ । ଏହା ପରେ ପ୍ରଶିକ୍ଷଣ ପାଇଁ ରାଜ୍ୟ ବାହାରକୁ ଯାଇଥିଲେ ସେ । ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢଛନ୍ତି। ସେବେଠୁ ଆଉ ପଛକୁ ଫେରିନାହାନ୍ତି ସେ । ୨୦୧୬ ସାଉଥ ଏସିଆନ ଆକ୍ୟୁଏଟିକ ଚାମ୍ପିୟନସିପରେ ତାଙ୍କୁ ମିଳିଥିଲା ସବୁଠୁ ବଡ଼ସଫଳତା । ଏଥିରେ ପ୍ରତ୍ୟାଶା ହାତେଇ ଥିଲେ ୪ଟି ସ୍ୱର୍ଣ୍ଣ  ଓ ଗୋଟିଏ ରୌପ୍ୟ । ଏହାସହ ଶୁକ୍ରବାର ଖେଲୋ ଇଣ୍ଡିଆ ଜାତୀୟ ଯୁବ ପ୍ରତିଯୋଗିତାରେ ପ୍ରତ୍ୟାଶା ୧୭ ବର୍ଷରୁ କମ ବର୍ଗର ୧୦୦ ମିଟର ବ୍ୟାକଷ୍ଟ୍ରେକରେ କାଂସ୍ୟ ପଦକ ଜିତିଛନ୍ତି।

ବାପା ମାଆଙ୍କୁ ନିଜ ସଫଳତାର ଶ୍ରେୟ ଦେଇଛନ୍ତି ପ୍ରତ୍ୟାଶା । ତାଙ୍କ ପାଇଁ ବାପା ମାଆ ସବୁଠୁ ବଡ଼ ପ୍ରେରଣା । ଖେଳିବା ପାଇଁ ସବୁଠୁ ଅଧିକ ସହଯୋଗ ବାପା ମାଆଙ୍କ ଠାରୁ ହିଁ ମିଳିଛି । ଯାହା କି ତାଙ୍କ ପ୍ରଦର୍ଶନକୁ ଅଧିକ ଭଲ କରିବାରେ ସାହାଯ୍ୟ କରିଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments
Loading...