News World Odisha
Current News Updates

୧୩ ଜାନୁଆରୀ ରାଶିଫଳ

0 156

Get real time updates directly on you device, subscribe now.

ମେଷ

ସ୍ବନକ୍ଷତ୍ରସ୍ଥ ରବି ବୃଥା ବିବାଦ, ଟଣା ଓଟରା ମଧ୍ୟରେ ଆଗକୁ ଯାଇପାରିବେ ନାହିଁ। ପାରିବାରିକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ପାଇ ଏବଂ କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ସତ ମାତ୍ର ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ। ପ୍ରଶାସନ, ଅଦାଲତ, ସଭା ସମିତି ଓ ବାଣିଜ୍ୟ କ୍ଷେତ୍ରରେ ଉପକୃତ ହେବେ।

ବୃଷ

ଚନ୍ଦ୍ର ଉତ୍ତରଭାଦ୍ରପଦ୍‌ ନକ୍ଷତ୍ରସ୍ଥ ହୋଇ ଏକାଦଶସ୍ଥ ଯୋଗୁ ବାଣିଜ୍ୟ, ସନ୍ତାନଙ୍କ ସମସ୍ୟାକୁ ସମାଧାନ କରିବେ। ରାହୁ ଅଧିଷ୍ଠିତ ରାଶ୍ୟାଧିପ ଧନସ୍ଥାନକୁ ଦେଖୁଥିବାରୁ ବିବାଦ, ଚୋରି, ବୃଥାଟନଜନିତ ଅପବ୍ୟୟର ସୀମା ଟପିଯିବ। ଗୃହସୀମା, ଗାଡି ମୋଟର, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ମାନସିକ ଉତ୍ତେଜନା ଓ ଉଦ୍‌ବେଗ ବଢିପାରେ।

ମିଥୁନ

ଷଷ୍ଠାଧିପ ମଙ୍ଗଳ କର୍ମଭାବସ୍ଥ ଯୋଗୁ ଶତ୍ରୁତା, ରୋଗପୀଡା କିମ୍ବା ଋଣ ପରିଶୋଧଜନିତ ଅର୍ଥବ୍ୟୟ କରିବେ। ଆକସ୍ମିକ ଭାବରେ କେତେକ ସାଧାରଣ ଘଟଣାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ଶିକ୍ଷା, ପରୀକ୍ଷା, ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆଶା ଅନୁଯାୟୀ ଫଳ ପାଇବାର ଆଶା ରହିଛି।

କର୍କଟ

ବୁଧଗ୍ରହ ଶତ୍ରୁଭାବରେ ଅବସ୍ଥାନ କରି ଆତ୍ମୀୟ ସ୍ବଜନଙ୍କ ସହ କଳହର କାରଣ ହୋଇପାରନ୍ତି। ଦେବଗୁରୁଙ୍କ ସୁପ୍ରଭାବରୁ ଭଲ ଚିନ୍ତା କଲେ ମଧ୍ୟ ଅନ୍ୟମାନେ ଆପଣଙ୍କ ମନୋଭାବକୁ ସହଜରେ ବୁଝି ପାରିବେ ନାହିଁ। କିନ୍ତୁ ଭାଗ୍ୟଭାବସ୍ଥ ମଙ୍ଗଳ ପ୍ରଭାବରେ ଅଟକି ରହିଥିବା କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ।

ସିଂହ

ବୃହସ୍ପତି କେନ୍ଦ୍ରଧିପତି ଦୋଷଯୁକ୍ତ କାରଣରୁ ପରିବାର, ଯାତ୍ରା, ବନ୍ଧୁ ସମ୍ପର୍କକୁ କ୍ଷୁଣ୍ଣ କରିପାରନ୍ତି। କିନ୍ତୁ ଉପରିସ୍ଥ ଅଧିକାରୀଙ୍କ ଅନୁକମ୍ପାରୁ ଅଫିସରେ ସହାନୁଭୂତିର ସହ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ସାହିତ୍ୟ, ଗବେଷଣା, କଳା, କ୍ରୀଡା କ୍ଷେତ୍ରରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବାକୁ ପଡିପାରେ।

କନ୍ୟା

ଭାଗ୍ୟସ୍ଥାନ ପ୍ରତି ଶୁଭଗ୍ରହର ଦୃଷ୍ଟି ନୂତନ କର୍ମାରମ୍ଭ ପାଇଁ ଆନୁଷଙ୍ଗିକ ଖୋରାକ ଯୋଗଇବ। ଫଳରେ ଆପଣଙ୍କ ସହକର୍ମୀ ଅଯାଚିତ ଭାବରେ ସହଯୋଗର ହାତ ବଢାଇପାରନ୍ତି। ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ତଥା ପାରିବାରିକ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଚିନ୍ତା କରିବେ। ଅର୍ଥ ସମ୍ପର୍କ, ମାଙ୍ଗଳିକ କାର୍ଯ୍ୟ, ନୂତନ ବାଣିଜ୍ୟ ଦିଗରୁ ମନୋନୀତ ସୁଫଳ ପାଇବେ।

ତୁଳା

ପ୍ରତ୍ୟେକ ଦିଗରୁ କିଛିନା କିଛି ବ୍ୟତିକ୍ରମ ରହିଥିଲେ ମଧ୍ୟ ଲକ୍ଷ୍ୟପଥର ଯାତ୍ରା ଅବ୍ୟାହତ ରହିବ। ପାରିବାରିକ ଅବସ୍ଥାରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବାରେ ଆଶ୍ୱସ୍ତି ଅନୁଭବ କରିବେ। ବ୍ୟବସାୟରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଇପାରେ। ସ୍ବାସ୍ଥ୍ୟ, ପରିବାର, କର୍ମକ୍ଷେତ୍ର, ଅର୍ଥ ସମ୍ପର୍କି ଆଲୋଚନା ପାଇଁ ସମୟ ପ୍ରାୟତଃ ଅନୁକୂଳ ରହିବ।

ବିଛା

ନୂତନ ଚିନ୍ତା, ବିଶିଷ୍ଟବ୍ୟକ୍ତିଙ୍କ ଅନୁକମ୍ପାରୁ ମନରେ ପ୍ରଫୁଲ୍ଲତା ଭରି ରହିବ। ଅଫିସରେ ଦୃଢ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବା ସହ ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ସାହିତ୍ୟ, ସଭାସମିତି କ୍ଷେତ୍ରରେ ସଫଳତା ହାସଲ କରିବେ। ଅନୁରାଧା ନକ୍ଷତ୍ର ସକାଶେ କୌଣସି ଜଣାଶୁଣା ବ୍ୟକ୍ତିଙ୍କ ପ୍ରତିରୋଧ ଆଶାକୁ ପ୍ରତିହତ କରିପାରେ।

ଧନୁ

ସତ୍‌ କାମରେ ବ୍ୟୟ କରିବା ସହ ବନ୍ଧୁମାନଙ୍କ ଶୁଭଚିନ୍ତକ ଭାବରେ କାମ କରିବାରେ ଆଗ୍ରହ ପ୍ରକାଶ କରିପାରନ୍ତି। କିନ୍ତୁ ଈର୍ଷାପରାୟଣ ସହକର୍ମୀଙ୍କ ପ୍ରାୟୋଜିତ ମିଥ୍ୟାଭିଯୋଗ କର୍ମକ୍ଷେତ୍ର ସକାଶେ ବାଧକ ସାଜିବ। ଆଜି ଦିନରେ ମନ ଭଲ ରହିବ ନାହିଁ । ପ୍ରତ୍ୟୁଷ ଯାତ୍ରାରେ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ।

ମକର

ବନ୍ଧୁଙ୍କ ଅନୁରାଗ ପ୍ରତି ମନରେ ଦୁର୍ବଳତା ଆସିପାରେ। ଫଳତଃ ନିଜକାମ ଛାଡି ଆଜ୍ଞାବହ ଭାବରେ ପରକାମରେ ମନଦେଇ ଘରକାମକୁ ଅଣଦେଖା କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ପୂର୍ବଶତ୍ରୁତା ପ୍ରତି ସତର୍କ ରହି କାମ କରିବା ଭଲ ହେବ। ସାମାନ୍ୟ ବଚସା ପରେ ଯାଇ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି।

କୁମ୍ଭ

ଦ୍ରୁତଗତିରେ ଗମନ କରୁଥିବା ଗ୍ରହ ଧନରାଶିରେ ଅବସ୍ଥାନ କରି ଆପଣଙ୍କୁ ଉତ୍ସାହିତ କରାଇ ଅର୍ଥଲାଭରେ ସାହାଯ୍ୟ କରିବେ। ସାମାନ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, କଚେରି ମାମଲାରେ ଉନ୍ନତି ପରିଲକ୍ଷିତ ହେବ। ସାମୟିକ ଭାବରେ କଚେରି ମାମଲା ବିଷୟ ନେଇ ଚିନ୍ତିତ ରହିପାରନ୍ତି।

ମୀନ

ବନ୍ଧୁଙ୍କ ଅନୁରୋଧରେ ଆନୁଷ୍ଠାନିକ କାମରେ ଖଟଣି ବଢିଯିବ କିନ୍ତୁ ଆଶାନୁରୂପ ସଫଳତା ପାଇବେ ନାହିଁ। ବ୍ୟବସାୟ, ପରିବହନ ଓ ଯାତ୍ରା, ଆଲୋଚନା, ବନ୍ଧୁ ମିଳନରୁ ସୁଫଳ ପାଇବେ। କୌଣସି ସହକର୍ମୀଙ୍କୁ ପ୍ରତୀକ୍ଷା କରି ଆଖିରୁ ପାଣି ମରିଯିବ ସିନା, ଦେଖା ପାଇବେ ନାହିଁ। ପ୍ରକାଶନ,ଏଜେନ୍‌ଶିପ୍‌ ତଥା ବ୍ୟବସାୟିକ ଦୃଷ୍ଟିକୋଣରୁ ଦିନଟି ପ୍ରୀତିପ୍ରଦ ରହିବ।

Get real time updates directly on you device, subscribe now.

Comments
Loading...