News World Odisha
Current News Updates

ପୂରଣ ହେବ ଅରୁଣାଚଳବାସୀଙ୍କ ସ୍ୱପ୍ନ : ଚିନ୍ତାରେ ଚୀନ

0 83

ଅରୁଣାଚଳ ପ୍ରଦେଶ ପାଇଁ ଖୁସି ଖବର । ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟ୍ଟାନଗର ଠାରେ ହେବ ବିମାନ ବନ୍ଦର । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇସାରିଛନ୍ତି ମଞ୍ଜୁରୀ । ମୋଦୀଙ୍କ ଲୋକ କଲ୍ୟାଣ ନିଷ୍ପତ୍ତି ଯୋଗୁଁ ଅରୁଣାଚଳବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରା ହେବାକୁ ଯାଉଛି । ରାଜ୍ୟର ଏହି  ପ୍ରଥମ ବିମାନ ବନ୍ଦରରେ ଖର୍ଚ୍ଚ ହେବ ୧୦୫୫ କୋଟି ଟଙ୍କା ପୁଞ୍ଜି । ପିଆଇବି ଅର୍ଥାତ୍ ପବ୍ଲିକ ଇନଭେଷ୍ଟମେଣ୍ଟ ବୋର୍ଡ ଦ୍ୱାରା ମଂଜୁରୀ ଦିଆଯାଇଛି। ଅନ୍ୟପକ୍ଷରେ ବିମାନ ବନ୍ଦର ନିର୍ମାଣ ନେଇ ମୋଦୀ ସରକାର ମଞ୍ଜୁରୀ ଦେବା ପରେ ଏବେ ଚିନ୍ତାରେ ଚୀନ ।

କାରଣ ଚୀନ ସୀମା ଠାରୁ ଏହି ବିମାନ ବନ୍ଦର ଅଳ୍ପ ଦୂର ହୋଇଥିବାରୁ ସାମରିକ ଗୁରୁତ୍ୱ ବଢ଼ିବ। ଚୀନ ଅରୁଣାଚଳ ପ୍ରଦେଶର କିଛି ଅଂଚଳକୁ ନିଜର ବୋଲି ଦାବି କରୁଥିବାବେଳେ ଭାରତ ସୀମାରେ ପ୍ରବେଶ କରୁଛି। ଏଭଳି ପରିସ୍ଥିତିରେ ଅରୁଣାଚଳ ପ୍ରଦେଶରେ ବିମାନ ବନ୍ଦର ନିର୍ମାଣ ହେବା ପରେ ଚୀନର ଚିନ୍ତା ବଢ଼ିବା ନିଶ୍ଚିତ । ତେବେ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଟୁଇଟ କରି ଏହି ପ୍ରକଳ୍ପକୁ ସଫଳ ରୂପ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 

Get real time updates directly on you device, subscribe now.

Comments
Loading...