News World Odisha
Current News Updates

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ: ଜଳିଗଲା ମାଲବାହୀ ଟ୍ରକ୍‌

0 33

Get real time updates directly on you device, subscribe now.

ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ବିଳମ୍ବିତ ରାତିରେ ଜଳିଗଲା ମାଲବାହୀ ଟ୍ରକ୍‌ । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଲିଛି। ଭଦ୍ରକ ଗେଲଟୁଆରୁ ଏକ ଛଣ ବୋଝେଇ ଟ୍ରକ୍‌ ଗଞ୍ଜାମ ଆସ୍କାକୁ ଯାଉଥିଲା। ଭଦ୍ରକ ବାସଭବନ ନିକଟରେ ଚଳନ୍ତା ଟ୍ରକ୍‌ଟି ୧୧ କେଭି ତାର ସଂସ୍ପର୍ଶରେ ଆସି ହଠାତ୍‌ ଜଳିବାକୁ ଲାଗିଲା।

ସ୍ଥାନୀୟ ଲୋକେ ଅଗ୍ନିଶମବାହିନୀକୁ ଖବର ଦେଇଥିଲେ। ହେଲେ ନିଆଁର ପ୍ରଖରତା ଏତେ ଥିଲା ଯେ ସଙ୍ଗେ ସଙ୍ଗେ ଆଖପାଖରେ ଥିବା ଗଛଲତାରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ଯୋଗୁଁ ଦୀର୍ଘ ସମୟ ଧରି ଭିଆଇପି ରୋଡରେ ଯାନବାହାନ ଚଳାଚଳ ବନ୍ଦ ରହିଥିଲା । ବିଦ୍ୟୁତ ସରବରାହ ମଧ୍ୟ ବନ୍ଦ କରାଯାଇଥିଲା। ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ଦୀର୍ଘ ୩ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ।

Get real time updates directly on you device, subscribe now.

Comments
Loading...