News World Odisha
Current News Updates

କିପରି ନେବେ ଓଠର ଯତ୍ନ ?

0 133

Get real time updates directly on you device, subscribe now.

ଶରୀରର ସମସ୍ତ ଅଙ୍ଗ ଅନୁସାରେ ସବୁଠୁ ଆକର୍ଷଣୀୟ ଅଙ୍ଗ ହାଉଛି ଓଠ । ଏହାର ଧ୍ୟାନ ରଖିବା ନିତ୍ୟାନ୍ତ ଆବଶ୍ୟକ ଶୀତଦିନେ କମ ତାପମାତ୍ରା ହେତୁ ଓଠ ଶୁଷ୍କ ହେଇଯାଇଥାଏ । ଶୀତ ଦିନେ ସୂର୍ଯ୍ୟକିରଣ ଏବଂ ଅତିବାଇଗେଣୀ ରଶ୍ମୀର ପ୍ରଭାବ ଅଧିକ ଥିବାରୁ ଓଠ ଫାଠି କଳା ପଡିବାର ଗେଖାଯାଇଥାଏ । ତେଣୁ ଏହାକୁ ଆଦ୍ର ରଖିବା ଖୁବ ଆବଶ୍ୟକ । ତେବେ ଶୀତଦିନେ ଲିପଷ୍ଟିକ, ଲିପଗ୍ଲସ ଏବଂ ଅନ୍ୟାନ୍ୟ ଲିପବାମର ବ୍ୟବହାର କମ କରିବା ସହ କିଛି ବିଶେଷ ଜିନିଷ ମଧ୍ୟ ବ୍ୟବହାର କରିବା ଉଚିତ । ସୁସ୍ଥ ଏବଂ ଚମକଦାର ଓଠ ପାଇଁ ଏହାର ଯତ୍ନ ନେବା ସହିତ ଭଲ ଖାଦ୍ୟ ମଧ୍ୟ ଖାଇବା ଆବଶ୍ୟକ । ଏମିତି କିଛି ଟିପ୍ସ ଆସନ୍ତୁ ଯାଣିବା

·         ବେଳେ ବେଳେ କିଛି କିଛି  ଲିପଷ୍ଟିକ ତଥା ଲିପବାମ ସମସ୍ତଙ୍କ ଓଠକୁ ସୁଟ କରିନଥାଏ । କିନ୍ତୁ ନଡିଆ ତେଲ ଓଠରେ ବ୍ୟବହାର କରିବା ଦ୍ୱାରା ଏହା ଓଠକୁ ନମନୀୟ କରିଥାଏ ଏବଂ ଓଠ ଫାଟିବା କମ କରିଥାଏ

·         ଓଠକୁ ବାରମ୍ବାର ଚାଟିବା ଦ୍ୱାରା ଓଠ ଅଧିକ ଫାଟିଥାଏ ତେଣୁ ଏହା କରିବା ଅନୁଚିତ । ବାରମ୍ବାର ଓଠକୁ ଚାଟିବା ଦ୍ୱାରା ଏହାର ପ୍ରାକୃତିକ ଆର୍ଦ୍ରତା ଶେଷ ହୋଇଥାଏ । ଓଠରେ ସାଲାଇଭା ଲଗାଇବା ଦ୍ୱାରା ଏହା ଏଠକୁ ଶୁଷ୍କ କରି ଫଟାଇଥାଏ ।

·         କ୍ୟାମ୍ଫର, ଇଉକାଲିପଟାସ୍ ଏବଂ ମିଥାନଲ ଯୁକ୍ତ ଲିପବାମର ବ୍ୟବହାରକୁ ବନ୍ଦ କରନ୍ତୁ । ଏହି ସମସ୍ତ ଉତ୍ପାଦ ଓଠକୁ ନମନୀୟ କରିବା ପରିବର୍ତ୍ତେ ଶୁଷ୍କ କରି ଏହାକୁ ନଷ୍ଟ କରିଥାଏ । ଏହା ବ୍ୟତୀତ ଆପଣ ଆର‌୍ୟୁବେଦିକ ଲିପବାମ ମଧ୍ୟ ବ୍ୟବହାର କରିପାରିବେ ।

·         କିଛି ଜଣ ନିଜର ଓଠକୁ ବ୍ରଶ କରି ଶୁଷ୍କତା ଦୂର କରିବାକୁ ଚେଷ୍ଟା କରିଥାନ୍ତି କିନ୍ତୁ ଏହା କରିବା ଅନୁଚିତ । ଏହା ଦ୍ୱାରା ଓଠ ଅଧିକ ଶୁଷ୍କ ହୋଇ ଫାଟିଥାଏ ଏବଂ ସଂକ୍ରମଣ ହେବାର ସମ୍ଭାବନା ଥାଏ । କିନ୍ତୁ ଗୁଆ ଘିଅ ଲଗାଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ

·         ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଭଲ ଲିପବାମ ଏବଂ ଆପଣଙ୍କ ତ୍ୱଚାକୁ ସୁଟ କରୁଥିବା ଲିପବାମର ବ୍ୟବହାର କରିପାରିବେ । କିନ୍ତୁ ଶୋଇବା ପୂର୍ବରୁ ଲଗାଇବା ଦ୍ୱାରା ରାତିସାରା ଏହା ଓଠର ଶୁଷ୍କତା ଦୂର କରି ଏହାର ଆର୍ଦ୍ରତା ସଠିକ କରିଥାଏ ।

Get real time updates directly on you device, subscribe now.

Comments
Loading...