News World Odisha
Current News Updates

ଶୀତ ଦିନେ ପାଦର ଯତ୍ନ ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

0 159

ସୁନ୍ଦର ପାଦ କାହାକୁ ବା ପସନ୍ଦ ନୁହେଁ । ତେବେ ଶୀତ ଦିନେ ପାଦକୁ ଦରକାର ହୋଇଥାଏ କିଛି ଅଧିକ ଯତ୍ନ। ସୁନ୍ଦର ପାଦ ପାଇଁ ଘରେ କିଛି ସହଜ ଉପାୟ କରାଯାଇ ପାରେ। ପ୍ରତିଦିନ ଉଷୁମ ପାଣିରେ ପାଦକୁ ୧୦ ମିନିଟ୍‌ ବୁଡାଇ ରଖନ୍ତୁ। ଏହାପରେ ବ୍ରସ୍‌ରେ ପାଦକୁ ଘଷି ଡେଡ୍‌ ସ୍କିନ୍‌କୁ ବାହାର କରି ଭଲ ଭାବେ ଧୋଇ ଦିଅନ୍ତୁ। ପରେ ବଜାରରେ ମିଳୁଥିବା କିଛି  ମଏଶ୍ଚରାଇଜର ପାଦରେ ମାଲିସ କରନ୍ତୁ କାରଣ ଶୀତ ଦିନରେ ପାଦ ଫାଟିବାର ସମ୍ଭାବନା ଥାଏ । ନଚେତ୍‌ ଘରେ ଥିବା ନଡ଼ିଆ ତେଲରେ ଦୁଇବୁନ୍ଦା ଗ୍ଲିସେରିନ୍‌ ପକାଇ ପାଦରେ ଭଲ ଭାବେ ମାଲିସ କରନ୍ତୁ ।

ବାହାରକୁ ଗଲାବେଳେ ହାପ୍‌ ଜୋତା ଏବଂ ମୋଜାର ବ୍ୟବହାର କରନ୍ତୁ। ଏହାଦ୍ୱାରା ବାହ୍ୟ ପରିବେଶରୁ ପାଦ ସୁରକ୍ଷିତ ରହିଥାଏ। ସ୍ଲିପରର ବ୍ୟବହାର କେବଳ ଘରେ କରନ୍ତୁ। ଏସବୁ ଉପାୟ କଲେ ପାଦ ଦିଶିବ ସୁନ୍ଦର ସୁନ୍ଦର।

Get real time updates directly on you device, subscribe now.

Comments
Loading...