News World Odisha
Current News Updates

ରାଜ୍ୟରେ ପ୍ରଥମ ସମଲିଙ୍ଗୀ ଭାବେ ବିବାହ ବନ୍ଧନରେ ବାନ୍ଧି ହେଲେ କେନ୍ଦ୍ରାପଡ଼ାର ୨ଯୁବତୀ

1 2,953

ହାତକୁ ଦି ହାତ ହୋଇଛନ୍ତି ସମଲିଙ୍ଗୀ । ରାଜ୍ୟରେ ପ୍ରଥମ ସମଲିଙ୍ଗୀ ଭାବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି କେନ୍ଦ୍ରାପଡ଼ାର ୨ଯୁବତୀ । ସାରାଜୀବନ ଏକାଠି ରହିବାର ନିଷ୍ପତ୍ତି ସହ ଆଗାମି ଦିନରେ କୌଣସି ଅସୁବିଧା ହେଲେ ଆଇନ କାନୁନର ସହାୟତା ନେବେନାହିଁ ବୋଲି ମଧ୍ୟ ଶପଥ ନେଇଛନ୍ତି। ୨ ଯୁବତୀ ହେଲେ, ମହାକାଳପଡ଼ା ତନ୍ତିଆପଲ୍ଲୀର ସାବିତ୍ରୀ ପରିଡ଼ା ଓ ପଟାମୁଣ୍ଡାଇ ଶ୍ରୀରାମପୁରର ମୋନାଲିସା ନାୟକ । ଏକାଠି ପାଠପଢ଼ିବା ସହ ଏବେ କଟକର ଏକ ଘରୋଇ କମ୍ପାନୀରେ ଦୁହେଁ କାମ କରୁଛନ୍ତି । ସୁପ୍ରିମକୋର୍ଟଙ୍କ ସମଲିଙ୍ଗୀ ବିବାହ ତଥା ସମ୍ପର୍କ ରଖିବା ଉପରେ ରାୟ ପରେ ପରିବାରର ସମସ୍ତ ଚାପକୁ ପଛରେ ପକାଇ ଦୁହେଁ ବିବାହ କରିଛନ୍ତି।

Get real time updates directly on you device, subscribe now.

Comments
Loading...