News World Odisha
Current News Updates

ପହଁଞ୍ଚି ପାରିଲାନି ଆମ୍ୱୁଲାନ୍ସ : ଚାଲିଗଲା ପ୍ରସୂତିଙ୍କ ଜୀବନ

0 88

ଫେଲ ମାରିଲା ୧୦୮ ଏବଂ ୧୦୨  ଆମ୍ବୁଲାନ୍ସ ସେବା  । ଅକାରଣରେ ଚାଲିଗଲା ପ୍ରସୂତିଙ୍କ ଜୀବନ । ନୀଳଗିରି ଥାନା କାଂଶ ଗାଁରେ ଅଭାବନୀୟ ଘଟଣା । ଆମ୍ବୁଲାନ୍ସ  ଆସିବାରେ ବିଳମ୍ବ ହେବାରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗାଁର ସଞ୍ଜୟ ନାୟକଙ୍କ ପତ୍ନୀ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଆମ୍ବୁଲାନ୍ସକୁ ଯୋଗଯୋଗ କରାଯାଇଥିଲା। ହେଲେ ନା ନୀଳଗିରି ନା ବରହମପୁର, କେଉଁଠାରୁ ମଧ୍ୟ ଆମ୍ବୁଲାନ୍ସ ଆସିଲାନାହିଁ। ଏପରିକି କୌଣସୀ ବେସରକାରୀ ଗାଡି ମଧ୍ୟ ପରିବାର ଲୋକଙ୍କୁ ମିଳି ନଥିଲା । କିଛି ଘଂଟା ଅପେକ୍ଷା କରିବା ପରେ ଏକ ଆମ୍ବୁଲାନ୍ସ ଆସିଥିଲା । ଏଥିରେ ପ୍ରସୂତିଙ୍କୁ ନୀଳଗିରି ମେଡିକାଲରେ ଭର୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ସେପଟେ ୧୦୨ ଆମ୍ବୁଲାନ୍ସ ଭେଣ୍ଡରଙ୍କ କହିବା କଥା, ନୀଳଗିରିରେ ଗୋଟିଏ ଆମ୍ବୁଲାନ୍ସ ଖରାପ ଥିବାବେଳେ ଆଉ ଏକ ଆମ୍ବୁଲାନ୍ସ ଉପଲବ୍ଧ ନଥିଲା ତେଣୁ ପ୍ରସୂତିଙ୍କୁ ଆଣିବାରେ ବିଳମ୍ବ ହୋଇଥିଲା ।

Get real time updates directly on you device, subscribe now.

Comments
Loading...