News World Odisha
Current News Updates

ଆଜି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ତୃତୀୟ ସନ୍ଧ୍ୟା

0 27

ଆଜି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ତୃତୀୟ ସନ୍ଧ୍ୟା। ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଚାଲିଛି ଧନୁଯାତ୍ରା । ବରଗଡ଼ ପାଲଟିଛି ମଥୁରା ନଗରୀ, ଅମ୍ବାପାଲୀ- ଗୋପପୁର ଏବଂ ଜିରା ନଈ ପାଲଟିଛି ଯମୁନା ନଦୀ । ବରଗଡ଼ ସହରର ସମସ୍ତ ଜନସାଧାରଣ ପାଲଟି ଯାଇଛନ୍ତି ମୁକ୍ତାକାଶ ରଙ୍ଗମଞ୍ଚର ଜଣେ ଜଣେ କଳାକାର । ଭଗବାନ ଶ୍ରୀକୃଷ୍ଣ ମାତା ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମ ନେଇଥିବା ବେଳେ କଂସର ଭୟରେ ବସୁଦେବ କୃଷ୍ଣଙ୍କୁ ନେଇ ଗୋପପୁର ଯାତ୍ରା କରିଛନ୍ତି ଏବଂ ଯଶୋଦା କୋଳରେ କୃଷ୍ଣଙ୍କୁ ରଖି ବିଜୁଳି କନ୍ୟାକୁ ଧରି ମଥୁରା ଫେରିଛନ୍ତି ।

ସେପଟେ ନଗର ଭ୍ରମଣ କରିଛନ୍ତି କଂସ ମହାରାଜ । ନଗର ଭ୍ରମଣ ବେଳେ ନିୟମ ମାନି ଚଳୁ ନଥିବା ବ୍ୟକ୍ତିଙ୍କୁ ଦଣ୍ଡ ବିଧାନ କରିଥିଲେ । ପରେ ମଥୁରାବାସୀଙ୍କ ମନୋରଞ୍ଜନ ପାଇଁ ଲୋକମଣ୍ଡପ ପଡ଼ିଆ ଠାରେ ରଙ୍ଗମହଲର ଉଦଘାଟନ କରିଥିଲେ । ଏହାସହ ରଙ୍ଗମହଲର ଦାୟିତ୍ୱ ମହାମନ୍ତ୍ରୀ ସାତ୍ତ୍ୱୀକିଙ୍କୁ ଦେଇ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାର କଳାକାରଙ୍କ ନୃତ୍ୟ ପରିବେଷଣ ପାଇଁ ଆଦେଶ ଦେଇଥିଲେ । ଧନୁଯାତ୍ରାର ତୃତୀୟ ଦିନରେ ମଥୁରାରେ କଂସ ମହାରାଜାଙ୍କ ଶ୍ୟାମେଶ୍ୱର ମହାଦେବଙ୍କ ଦର୍ଶନ, କାରାଗୃହ ପ୍ରବେଶ, ବିଜୁଳି କନ୍ୟାକୁ ପ୍ରହାର, ଦୈବବାଣୀ, ରାଜ ଦରବାରରେ କଂସଙ୍କ ଯନ୍ତ୍ରଣା ପରିବେଷଣ ହେବ। ସେହିପରି ଗୋପପୁରରେ ନନ୍ଦ ଦରବାର ଉଦଘାଟନ, ନନ୍ଦୋତ୍ସବ, କୃଷ୍ଣଙ୍କ ଦୋଳିଝୁଲା, ରାସନୃତ୍ୟ, ନଗର ସଂକୀର୍ତ୍ତନ ସହ କୃଷ୍ଣଙ୍କ ଗୋପପୁର ଭ୍ରମଣ ପରିବେଷଣ ହେବ ।

Get real time updates directly on you device, subscribe now.

Comments
Loading...