News World Odisha
Current News Updates

ପ୍ୟାଣ୍ଡାଙ୍କ ବଦଳରେ ବିଜୟ ଶଙ୍କର !

0 108

ଅଷ୍ଚ୍ରେଲିଆ ବିପକ୍ଷ ଅବଶିଷ୍ଟ ଦିନିକିଆ ପାଇଁ ହାର୍ଦ୍ଦିକ ପ୍ୟାଣ୍ଡାଙ୍କ ସ୍ଥାନରେ ବିଜୟ ଶଙ୍କରଙ୍କୁ ଡକରା । ଏଥିସହ ନ୍ୟୁଜିଲାଣ୍ଡ ବିପକ୍ଷ ଟୁର୍‌ ପାଇଁ ମଧ୍ୟ, ଅଲରାଉଣ୍ଡର ବିଜୟ ଶଙ୍କର ଓ ଶୁଭମନ୍‌ ଗିଲଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି । ମହିଳା ବିରୋଧୀ ମନ୍ତବ୍ୟ ଦେଇ କେଏଲ୍‌ ରାହୁଲ ଓ ହାର୍ଦ୍ଦିକ ପାଣ୍ଡା ବାଦ୍‌ ପଡ଼ିବା ପରେ ଏହି ଦୁଇ ଜଣଙ୍କୁ ଚୟନ କରିଛି ବିସିସିଆଇ । ଆଡିଲେଡ ଦ୍ୱିତୀୟ ଦିନିକିଆ ପୂର୍ବରୁ ଦଳରେ ସାମିଲ ହେବେ ବିଜୟ । ସେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ ଖେଳିବେ । ସେହିପରି ଶୁଭମନ୍‌ ଗିଲଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ ପାଇଁ ଚୟନ କରାଯାଇଛି । ଗତ ବର୍ଷ ନିଦାହାସ ଟ୍ରଫି ପାଇଁ ଦଳରେ ସାମିଲ ହୋଇଥିଲେ ବିଜୟ ଶଙ୍କର ।  ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଚମତ୍କାର ଖେଳିଥିଲେ ଶଙ୍କର । ସେପଟେ ସୀମିତ ଓଭର ଫର୍ମାଟରେ ପ୍ରଥମ ଥର ସାମିଲ ହୋଇଛନ୍ତି ୧୯ ବର୍ଷିୟ ଶୁଭମନ୍‌ ।

Get real time updates directly on you device, subscribe now.

Comments
Loading...