News World Odisha
Current News Updates

ବିଜେଡିରେ ମିଶିବେ ବିରୋଧୀ ବିଧାୟକ: କଂଗ୍ରେସରୁ ୪, ବିଜେପିରୁ ୩

0 31,366

Get real time updates directly on you device, subscribe now.

ବିଜେଡି ମୁହାଁ ବିରୋଧୀ ବିଧାୟକ  । ନିର୍ବାଚନ ଯେତେ ପାଖେଇ ଆସୁଛି ନିଜ ଘର ଛାଡ଼ି ପର ଘରକୁ ଦୌଡ଼ୁଛନ୍ତି ବିରୋଧୀ  ବିଧାୟକ । କଂଗ୍ରେସ କ୍ୟାମ୍ପ ଓ ଗେରୁଆ ଗଳିରୁ ବାହାରି ସବୁଜ ଶଯ୍ୟାରେ ଶାନ୍ତିରେ ଶୋଇବାକୁ ବିଛଣା ସଜାଡ଼ିଲେଣି ବିରୋଧୀ ବିଧାୟକ । ତେବେ ସବୁଜ ଶିବିରକୁ ଆସିବାରେ ଅନେକ ନାଁ ଚର୍ଚ୍ଚା ହେଉଥିବା ବେଳେ କଂଗ୍ରେସର ୪ ବିଧାୟକ ଓ ବିଜେପିର ୩ ବିଧାୟକ ଏଇ ମାସ ଶେଷ ସୁଦ୍ଧା ଶଙ୍ଖ ଫୁଙ୍କୁଥିବା ଶୁଣିବାକୁ ମିଳୁଛି  ।

ହିଟ ଲିଷ୍ଟରେ କିଏ କିଏ…

ତେବେ ବିଜେଡି ମିଶ୍ରଣ ଦୌଡ଼ରେ କଂଗ୍ରେସର ୪ ନେତାଙ୍କ ମଧ୍ୟରୁ ବିଧାୟକ ନବ ଦାସଙ୍କ ନାଁ ଆଗରେ ଆସୁଛି । ପରେ ପରେ ସାଲେପୁର ବିଧାୟକ ପ୍ରକାଶ ବେହେରା, ତଳସରା ବିଧାୟକ ପ୍ରଫୁଲ୍ଲ ମାଝୀ ଓ ସୁନ୍ଦରଗଡ଼ ବିଧାୟ  ଯୋଗେଶ ସିଂହଙ୍କ ନାମ ହିଟ ଲିଷ୍ଟରେ ଅଛି  ।

 

ସେହିଭଳି ପଦ୍ମ ପୋଖରୀରୁ ବାହାରି ଅନେକ ଟାଣୁଆ ନେତା ବି ବିଜେଡିରେ ମିଶିବେ । ଅନେକ ଦିନ ଧରି ନିଜ ଅଞ୍ଚଳରେ ଦବଦବା ଜାହିର କରିଥିବା ବିଜେପିର ତିନି ତୁଙ୍ଗ ନେତା ବି ବିଜେଡିରେ ମିଶୁଛନ୍ତି । ଦେବଗଡ଼ ବିଧାୟକ ନୀତିଶ ଗଙ୍ଗଦେବ, ନୂଆପଡ଼ା ବିଧାୟକ ଦୁର୍ଯ୍ୟୋଧନ ମାଝୀ ଓ ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡା ମଧ୍ୟ ବିଜେଡିରେ ଖୁବଶୀଘ୍ର ମିଶୁଥିବା ଜଣାପଡ଼ିଛି  ।

କଣ ପାଇଁ ବିଜେଡି ମୁହାଁ…

ଦୀର୍ଘ ୨୦ ବର୍ଷ ହେବ ଓଡ଼ିଶାରେ ବିଜେଡିର ଗଡ଼ ପାଲଟିଥିବା ବେଳେ ନବୀନଙ୍କ ନେତୃତ୍ବ ଆଗରେ କୌଣସି ଜାତୀୟ ଦଳ ତିଷ୍ଟି ପାରୁନଥିବାରୁ ଏଇ ୭ ବିଧାୟକ ନିଜ ଦଳ ଛାଡ଼ି ବିଜେଡିରେ ମିଶୁଥିବା ଅନୁମାନ କରାଯାଉଛି । ତାପରେ ନିଜ ଦଳରୁ ଲଢ଼ିଲେ କାଳେ ଜିତିବା ମୁସ୍କିଲ ହୋଇଯିବ ତେଣୁ ଏମାନେ ନିଜ ଦଳ ଛାଡ଼ି ବିଜେଡିରୁ ଲଢ଼ିବାକୁ ଆଶା ବାନ୍ଧିଛନ୍ତି  । ବିଜେଡିରୁ ଲଢ଼ିଲେ ଜିତିବାଟା ନିଶ୍ଚିତ ଥିବାରୁ ହାତ, ପଦ୍ମ ଛାଡ଼ି ଶଙ୍ଖ ଧରିବାକୁ ହଙ୍କହଙ୍କ ହେଉଥିବା ଚର୍ଚ୍ଚା ଜୋର ଧରିଲାଣି  ।

Get real time updates directly on you device, subscribe now.

Comments
Loading...