News World Odisha
Current News Updates

ଢେଙ୍କାନାଳରେ ହାତୀ ଆତଙ୍କ

0 50

Get real time updates directly on you device, subscribe now.

ଢେଙ୍କାନାଳ ଜିଲ୍ଲା ରସାସିଂ ଗାଁ ନିକଟରେ ହାତୀ ଆକ୍ରମଣ । ଏଥିରେ ୨ଜଣ ମହିଳାଙ୍କ ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନେ ହେଲେ ସରସ୍ୱତୀ ମହାନ୍ତି, ଆତିଶ୍ରୀ ମହାନ୍ତି ଓ ଗୌରାଙ୍ଗ ସ୍ୱାଇଁ  ।  ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘରୁ ଷ୍ଟେସନ୍ ଯିବା ବାଟରେ ଏମାନେ ହାତୀ ହାବୁଡ଼ରେ ପଡ଼ିଥିଲେ ।

ଗାଁ ପାଖରେ ଏବେ ୪୬ଟି ହାତୀ ଅଛନ୍ତି। ଫଳରେ ସ୍ଥାନୀୟ ଲୋକ ଭୟଭୀତ ହୋଇପଡିଛନ୍ତି । ବନ ବିଭାଗ ହାତୀ ଘଉଡାଇବାରେ ଅସଫଳ ହେଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । କେନ୍ଦୁଝରରୁ ଏସବୁ ହାତୀ ଆସିଥିବା ସୂଚନା ମିଳିଛି ।…

Get real time updates directly on you device, subscribe now.

Comments
Loading...