News World Odisha
Current News Updates

ମହାକୁମ୍ଭରେ ମୀରା ମାଆ

0 594

Get real time updates directly on you device, subscribe now.

କୁମ୍ଭମେଳା ପାଇଁ ପ୍ରୟାଗରାଜରେ ପ୍ରବଳ ଜନସମାଗମ ହେଉଛି । ମକରସଂକ୍ରାନ୍ତି ପରଦିନ ଅର୍ଥାତ୍‌ ଜାନୁଆରୀ ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି କୁମ୍ଭମେଳା ମାର୍ଚ୍ଚ ୪ ଯାଏଁ ଚାଲିବ । ୧୨ ହଜାର ବର୍ଷ ହେଲା ଚାଲିଆସୁଥିବା ଏହି କୁମ୍ଭମେଳାରେ ପ୍ରତିଦିନ ହଜାର ହଜାର ସାଧୁସନ୍ଥ ଓ ଲୋକ ବୁଡ଼ ପକାଉଛନ୍ତି । ପାପର ପ୍ରାୟଶ୍ଚିତ ଓ ମୋକ୍ଷ ପ୍ରାପ୍ତି ବିଶ୍ୱାସରେ ଏଠାରେ ବୁଡ଼ ପକାଯାଏ । ତେବେ କୁମ୍ଭମେଳାରେ ଆଖଡ଼ାର ବିଶେଷତ୍ୱ ରହିଛି । ୧୪ଟି ଆଖଡ଼ାଙ୍କ ସୁନ୍ଦର ସୁନ୍ଦର ଶୋଭାଯାତ୍ରା ବେଶ ଆକର୍ଷଣୀୟ ହୋଇଥାଏ। କୁମ୍ଭମେଳାକୁ ପୃଥିବୀର ସବୁଠାରୁ ବଡ଼ ଧାର୍ମିକ ମେଳା ବୋଲି କୁହାଯାଉଛି ।

ଏ ବର୍ଷ ଦେଖିବାକୁ ମିଳିଛି କିନ୍ନର ମାନଙ୍କର ସ୍ୱତନ୍ତ୍ର ଆଖଡ଼ା । ଏହି ଆଖଡ଼ାର ନାମ ରହିଛି ମହାମଣ୍ଡଳେଶ୍ୱର କିନ୍ନର ଆଖଡ଼ା । ପ୍ରୟୋଗରାଜକୁ ଆସୁଥିବା ସମସ୍ତ ସାଧୁ ସନ୍ଥ ଏବଂ ଲୋକ ମାନଙ୍କୁ କିନ୍ନର ମାନଙ୍କ ତରଫରୁ ସ୍ୱାଗତ କରିବା ପାଇଁ ତିଆରି କରାଯାଇଛି ଏହି ସ୍ୱତନ୍ତ୍ର ଆଖଡ଼ା । ଏଥିରେ ଦେଶର ବିଭିନ୍ନ ସ୍ଥାନରୁ କିନ୍ନର ମାନେ ସ୍ଥାନ ପାଇଥିବା ବେଳେ ପୂର୍ବ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ଓଡ଼ିଶାର ମୀରା ମାଆ । କିନ୍ନର ମାନଙ୍କର ଫଟୋ ଆଖଡ଼ାରେ ଲଗାଯାଇଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.

Comments
Loading...