News World Odisha
Current News Updates

ପଟ୍ଟନାୟକ ରାଜୁତିରେ ରୋକ୍ ଲଗେଇବି

0 568

Get real time updates directly on you device, subscribe now.

କଂଗ୍ରେସରୁ ବହିଷ୍କାର ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ପରିବାର ଉପରେ ବର୍ଷିଲେ ଶ୍ରୀକାନ୍ତ ଜେନା । ସେ କହିଛନ୍ତି, ଗତ 40 ବର୍ଷ ହେଲା ଏହି ପରିବାର ଓଡ଼ିଶାକୁ ଲୁଟିଚାଲିଛନ୍ତି। ଖଣି ଦୁର୍ନୀତିଗ୍ରସ୍ତଙ୍କ କବ୍‌ଜାରେ କଂଗ୍ରେସ ଦଳ ରହିଛି । ଖଣି ମାଫିଆଙ୍କ ସହିତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ହାତ ମିଳାଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀକାନ୍ତ କହିଛନ୍ତି, ଓଡ଼ିଶାରେ ପଟ୍ଟନାୟକ ଶାସନର ଧ୍ବଂସ ପାଇଁ ସେ ଓଡ଼ିଶା ବୁଲିବେ । ଓଡ଼ିଶାବାସୀଙ୍କ ପାଇଁ ମହାସଂଗ୍ରାମ କରିବେ ବୋଲି ସଂକଳ୍ପ କରିଥିବା କହିଛନ୍ତି ଶ୍ରୀକାନ୍ତ । ଲଢ଼େଇ ପାଇଁ ସେ ଓଡ଼ିଶାବାସୀଙ୍କ ସହଯୋଗ ଲୋଡ଼ିଛନ୍ତି । ଶ୍ରୀକାନ୍ତ ଜେନା କହିଛନ୍ତି, କଂଗ୍ରେସରେ ରହିବାର ଯୋଗ୍ୟତା ମୋର ନାହିଁ । ଦୁର୍ନୀତିରେ ସାମିଲ ନଥିବାରୁ ତାଙ୍କୁ ବହିଷ୍କାର କରାଯାଇଛି । ଆସନ୍ତା 25ରେ ଯେତେବେଳେ ରାହୁଲ ଓଡ଼ିଶା ଆସିବେ , ପୁଣି ଏକ ମହାଖୁଲାସା କରିବେ ବୋଲି କହିଛନ୍ତି ଶ୍ରୀକାନ୍ତ । ମହାଖୁଲାସା ପରେ ଓଡିଶାବାସୀଙ୍କୁ ରାହୁଲ ମୁହଁ ଦେଖାଇ ପାରିବେନି ବୋଲି ସେ କହିଛନ୍ତି । ଶ୍ରୀକାନ୍ତ ଜେନାଙ୍କୁ ଗତକାଲି କଂଗ୍ରେସରୁ ବହିଷ୍କାର କରାଯାଇଥିଲା । ଆଜି ସେ ପ୍ରତିକ୍ରିୟା  ରଖିଛନ୍ତି । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଶ୍ରୀକାନ୍ତ ଜେନା ଓ କୃଷ୍ଣଚନ୍ଦ୍ର ଶଗରିଆଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଛି । …

Get real time updates directly on you device, subscribe now.

Comments
Loading...