News World Odisha
Current News Updates

ଗଛରେ ପିଟିହେଲା ସ୍କୁଟି: ଜଣେ ମୃତ

0 150

Get real time updates directly on you device, subscribe now.

ଜଗତସିଂହପୁର-ଜୟପୁର ରାସ୍ତାର ରାହାଡିଙ୍ଗା ଛକରେ ଦୁର୍ଘଟଣା। ରାସ୍ତାରେ ଥିବା ଖାଲ ଯୋଗୁଁ ସ୍କୁଟିଟି ପାଖ ଗଛରେ ପିଟି ହୋଇଥିଲା। କ୍ରିଷ୍ଣାନନ୍ଦପୁରର ଜଣେ ଶିଶୁ ସହ ୩ଜଣ ରାସ୍ତାରେ ପଡି ଯାଇଥିଲେ। ୧୦୮ ଆମ୍ବୁଲାନ୍ସରେ ସେମାନଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି। ଖରାପ ରାସ୍ତା ଯୋଗୁଁ ଦୁର୍ଘଟଣା ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ପ୍ରତିବାଦରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଫଳରେ ଜଗତସିଂହପୁର-ଜୟପୁର ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ଦୁର୍ଘଟଣାଗ୍ରସ୍ତ ଲୋକେ ସେମାନଙ୍କ ସଂପର୍କୀୟଙ୍କ ଦୁର୍ଘଟଣା ଖବର ପାଇ ଡେଙ୍ଗା ପିତେଇପୁର ଆସୁଥିଲେ ।

Get real time updates directly on you device, subscribe now.

Comments
Loading...