News World Odisha
Current News Updates

ପ୍ରବଳ ପ୍ରତାପୀ କଂସଙ୍କ ରାଜ୍‌ ଖତମ୍‌

0 65

Get real time updates directly on you device, subscribe now.

ପ୍ରବଳ ପ୍ରତାପୀ କଂସଙ୍କ ରାଜ୍‌ ଖତମ୍‌ । ଗତକାଲି କୃଷ୍ଣ ବଳରାମଙ୍କ ଦ୍ୱାରା ହୋଇଛି କଂସ ବଧ । ମଞ୍ଚାରୁ ପଡ଼ି ପ୍ରାଣ ହରାଇଛନ୍ତି ୧୧ ଦିନ ଧରି ମଥୁରାରେ ରାଜ୍‌ ଚଳାଇଥିବା ପ୍ରବଳ ପ୍ରତାପୀ କଂସ ମହାରାଜ । କଂସ ବଧ ସହ ଶେଷ ହୋଇଛି ୧୧ ଦିନ ଧରି ଚାଲିଥିବା ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ।  ମହାରାଜ କଂସଙ୍କ ଯୋଗୁଁ ମଥୁରାବାସୀ ତ୍ରାହି ତ୍ରାହି ଡାକୁଥିବା ବେଳେ କୃଷ୍ଣ-ବଳରାମଙ୍କୁ ଦେଖି ସେମାନଙ୍କର ଆଶା ଭରସା ସୃଷ୍ଟି ହୋଇଥିଲା । ନଗର ଭ୍ରମଣ ବେଳେ କଂସଙ୍କ ରଜକଙ୍କ କାନ୍ଧରେ ଉଜ୍ଜବଳ ବସନ ଦେଖି ତାହା ଅଳି କରିଥିଲେ ଭଗବାନ କୃଷ୍ଣ । କୃଷ୍ଣ ଗୁହାରି କରିଥିବା ବେଳେ ରଜକ ତାହା ଶୁଣି ନଥିଲେ । ଏହା ପରେ ଗୋପାଳମାନେ ରଜକଙ୍କ ଠାରୁ ବସ୍ତ୍ର ଛଡ଼ାଇବାକୁ ଚେଷ୍ଟା କରିଥିଲେ । ହେଲ ରଜକ ବିରକ୍ତି ପ୍ରକାଶ କରିବାରୁ କୃଷ୍ଣ ରାଗିଯାଇ ତାଙ୍କୁ ବାମ ହାତରେ ଗୋଟେ ଚାପୁଡା ମାରିଥିଲେ । ସେହିଠାରେ ହିଁ ରଜକଙ୍କର ମୃତ୍ୟୁ ହୋଇଥିଲା । କାଳି ମନ୍ଦିର ନିକଟରେ କୁବୁଜାଙ୍କ ପିଠିରେ ହାତମାରି ତାଙ୍କୁ ଭଲ କରି ଦେଇଥିଲେ କୃଷ୍ଣ । ତେବେ କଂସଙ୍କୁ ବଧ କରିବା ପୂର୍ବରୁ ଚାଣୁର ମୁଷ୍ଟିକ ମଲ୍ଲ ଓ କୁବଳୟା ହସ୍ତୀକୁ ବଧ କରିଥିଲେ । କଂସ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଭୁବନେଶ୍ୱର ପ୍ରଧାନ, ଆଜି ପୁରୀ ଆସିବେ । ୧୧ ଦିନର ଯାତ୍ରାରେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ସେ ଦେଇଥିବା ମନ୍ତବ୍ୟ, ତାଙ୍କ ପାଇଁ ପାପ ବୋଲି ସେ ହୃଦବୋଧ କରିଛନ୍ତି । ବରଗଡ ଧନୁଯାତ୍ରାରେ କଂସ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଭୁବନେଶ୍ୱର ପ୍ରଧାନ ଆଜି ପୁରୀରେ ପହଞ୍ଚିଛନ୍ତି । ସେଠାରେ ସମୁଦ୍ରରେ ସ୍ନାନ କରି ପାପ ଧୋଇବେ ଏବଂ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରି କ୍ଷମା ପ୍ରାର୍ଥନା କରିବେ ଭୁବନେଶ୍ୱର ପ୍ରଧାନ ।

Get real time updates directly on you device, subscribe now.

Comments
Loading...