News World Odisha
Current News Updates

ଜାରି ରହିଛି ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ୍‌’ର ଯାଦୁ: ରୋଜଗାର କଲାଣି ୧୧୫.୮୭ କୋଟି

0 102

Get real time updates directly on you device, subscribe now.

ଆଦିତ୍ୟ ଧରଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଛି ଚଳଚ୍ଚିତ୍ର ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ୍‌’। ଭାରତୀୟ ଯବାନଙ୍କ ଦ୍ୱାରା ପାକିସ୍ତାନ ଉପରେ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌ ବିଷୟବସ୍ତୁ ଉପରେ ଆଧାରିତ ଏହି ଫିଲ୍ମ ଏବେ ବି ନିଜର ଯାଦୁ ଜାରି ରଖିଛି। ରିଲିଜର ଦ୍ୱିତୀୟ ସପ୍ତାହ ତଥା ୧୧ ଦିନ ପରେ ମଧ୍ୟ ଏହା ବେଶ ଭଲ ରୋଜଗାର କରୁଥିବା ଜଣାପଡ଼ିଛି। ଏହାକୁ ଦର୍ଶକ ବେଶ୍‌ ପସନ୍ଦ କରୁଛନ୍ତି। ଭାରତୀୟ ବଜାରରେ ଏହା ୧୧୫.୮୭ କୋଟି ଟଙ୍କା ରୋଜଗାର କରିସାରିଛି।

ପ୍ରକାଶ ଥାଉ କି, ଜାନୁଆରୀ ୧୧ରେ ଏହା ରିଲିଜ ହୋଇଥିଲା। ଏଥିରେ ବିକ୍କି କୌଶଲ, ୟାମି ଗୌତମ, ମୋହିତ ରୈନା ଏବଂ ପରେଶ ରାହୁଲ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଏହା ପ୍ରଥମ ସପ୍ତାହରେ ୭୦.୯୪ କୋଟି ରୋଜଗାର କରିଥିଲା। ସେହିଭଳି ଦ୍ୱିତୀୟ ସପ୍ତାହରେ ରୋଜଗାର ମୋଟ ୩୭.୯୬ କୋଟି ହୋଇଛି। ଏଥିସହ ରଣବୀର ସିଂହ ଅଭିନିତ ସିମ୍ବା ମଧ୍ୟ ଦର୍ଶକଙ୍କ ମନ କିଣୁଛି। ଇତିମଧ୍ୟରେ ଏହା ମୋଟ ୨୩୬.୮୦ କୋଟି କମାଇ ସାରିଛି।

Get real time updates directly on you device, subscribe now.

Comments
Loading...