News World Odisha
Current News Updates

୧୪୪ ପରେ ସାରା ସହରରେ ପୋଲିସ ଛାଉଣୀ

ସହରର ସମ୍ବେଦନଶୀଳ ସ୍ଥାନରେ ୭ ପ୍ଲାଟୁନ୍ ଫୋର୍ସ ମୁତୟନ

0 648

Get real time updates directly on you device, subscribe now.

କେନ୍ଦ୍ରାପଡା ସହରରେ ୧୪୪ ଧାରା ଜାରି । ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ଉପୁଜିବାରୁ ୧୪୪ ଧାରା ଜାରି କରାଯାଇଛି  । ତେବେ ସୂଚନା ମୁତାବକ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ ପାଇଁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ଟାଉନ୍‌ ହାଇସ୍କୁଲ ପଡିଆରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାକୁ ସଂଖ୍ୟା ଲଘୁ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ପାଇଁ କେନ୍ଦ୍ରପଡା ଏସ୍‌ପି ନିତି ଶେଖରଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ରାପଡାରେ ୧୪୪ ଧାରା ଜାରି ହୋଇଛି । ମାଇକ୍‌ ସାହାଯ୍ୟରେ ଉଭୟ ଗୋଷ୍ଠୀର କର୍ମୀଙ୍କୁ ସତର୍କ ମଧ୍ୟ କରାଯାଉଛି । ସେପଟେ ସହରର ବିଭିନ୍ନ ସମ୍ବେଦଶୀଳ ସ୍ଥାନରେ ୭ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି  ।

 

Get real time updates directly on you device, subscribe now.

Comments
Loading...