News World Odisha
Current News Updates

କହିଥିଲେ୨ଲକ୍ଷ, ଦେଲେ୧୩ ଟଙ୍କା

0 14,102

Get real time updates directly on you device, subscribe now.

ନିର୍ବାଚନ ଆସିଲା,ସେଥିପାଇଁ ପ୍ରଚାର ବି ହେଲା । ଆଉ ସରକାରକୁ ଆସିଲେ କୃଷିଋଣ ଛାଡ ନେଇ ମିଳିଥିଲା ପ୍ରତିଶ୍ରୁତି । ସରକାର ଗଠନ ହେଲା ପ୍ରତିଶୃତି ପୂରଣ ମଧ୍ୟ ହେଲା । ହେଲେ ପ୍ରତିଶୃତି କାର୍ଯ୍ୟକାରୀ ହେବାବେଳକୁ ଦେଖା ଦେଇଛି ଏହାର ବାସ୍ତବ ଚିତ୍ର ।  24 ହଜାର ପରିବର୍ତ୍ତେ ଛାଡ ହୋଇଛି ମାତ୍ର 13 ଟଙ୍କା । 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷିଋଣ ଛାଡ ପାଇଁ କଥା ଦେଇଥିଲା କଂଗ୍ରେସ ସରକାର ।

କିନ୍ତୁ ପଞ୍ଚାୟତକୁ ମିଳିଥିବା ତାଲିକା ଅନୁସାରେ ଚାଷୀଙ୍କ ପିଛା ମାତ୍ର 13 ଟଙ୍କା ଛାଡ ହୋଇଛି । ମଧ୍ୟପ୍ରଦେଶ ଅଗର ମାଲୱା ଜିଲ୍ଲାରୁ ଆସିଛି ଅଭିଯୋଗ । ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସର ପ୍ରତିଶୃତିରେ ଖୁସି ହୋଇ ଯାଇଥିଲେ ଚାଷୀ । ଋଣ ପରିଷୋଧ କରିବାରେ କଂଗ୍ରେସ ସହାୟତାର ହାତ ବଢାଇବା ଘଟଣାକୁ କୃଷକ ମହଲରେ ପ୍ରଶଂସା କରାଯାଇଥିଲା । କିନ୍ତୁ କୃଷିଋଣ ଛାଡ ଯୋଜନାରେ ଦେଖା ଦେଇଛି ଅନିୟମିତତା ।

ଏଥିରେ କୌଣସି ଅଧିକାରୀଙ୍କ ସମ୍ପୃକ୍ତି ଥିଲେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କ୍ୟାବିନଟେ ମନ୍ତ୍ରୀ ନିର୍ଦ୍ଧେଶ ଦେଇଛନ୍ତି । କଂଗ୍ରେସ ସରକାରକୁ ଆସିଲେ କୃଷିଋଣ ଛାଡ ହେବା ନେଇ ନିର୍ବାଚନ ଇସ୍ତାହାରରେ ଘୋଷଣା କରିଥିଲା ଦଳ । ରାଜ୍ୟରେ କମଲ ନାଥ ସରକାର ଗଠନ ପରେ ଏହି ପ୍ରକ୍ରିୟା ଜାନୁଆରୀ 15ରୁ ଆରମ୍ଭ ହେବା ନେଇ ସରକାର ଘୋଷଣା କରିଥିଲେ ।

ଫେବୃଆରୀ ପ୍ରଥମ ସପ୍ତାହରୁ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯିବ ବୋଲି କହିଛନ୍ତି ସରକାର । ଏହାଦ୍ବାରା 55 ଲକ୍ଷ ଚାଷୀ ଉପକୃତ ହେବେ ।

Get real time updates directly on you device, subscribe now.

Comments
Loading...