News World Odisha
Current News Updates

ଧୂମପାନ ଛାଡିବା ପାଇଁ ସରଳ ଉପାୟ…

0 203

Get real time updates directly on you device, subscribe now.

ଧୂମପାନ ଏପରି ଏକ ଅଭ୍ୟାସ ଯାହା ପରୋକ୍ଷରେ ଅନେକ ରୋଗକୁ ଆମନ୍ତ୍ରଣ କରିଥାଏ। ତଥାପି ଅନକେ ଏହାକୁ ଦୈନନ୍ଦିନ ଜୀବନର ଏକ ଅଭ୍ୟାସ ଭାବେ ଭାବି ନିଅନ୍ତି ଏବଂ ଏହି ସାଇଲେଣ୍ଟ କିଲରକୁ ଆପଣାର କରିନିଅନ୍ତି। ଆପଣ ଯଦି ଧୂମପାନ ପରି ଖରାପ ଅଭ୍ୟାସ ସହ ଜଡ଼ିତ ଏବଂ ସେଥିରୁ ମୁକୁଳିବାକୁ ଚାହୁଁଛନ୍ତି ତେବେ ବ୍ୟସ୍ତ ହେବା ଦରକାର ନାହିଁ। ଏହାର ଏକ ସରଳ ତଥା ସହଜ ଉପାୟ ରହିଛି। ଆପଣ ଯଦି ନିୟମିତ ଧୂମପାନ କରୁଛନ୍ତି ତେବେ ଏପରି କିଛି ସାଙ୍ଗ ବାଛନ୍ତୁ ଯେଉଁମାନେ ଆପଣଙ୍କୁ ଏଥିରୁ ମୁକୁଳାଇ ପାରିବେ।

ଏକ ସଦ୍ୟ ସର୍ଭେ ଅନୁସାରେ ଏପରି କେତେଜଣ ସାଙ୍ଗ ଅଛନ୍ତି ଯେଉଁମାନେ ଅନ୍ୟମାନଙ୍କର କେତେକ ଖରାପ ଅଭ୍ୟାସକୁ ପରିର୍ବତ୍ତନ କରିବାକୁ ଆଗେଇ ଆସିଥାଆନ୍ତି। ସେପରି ସାଙ୍ଗମାନଙ୍କ ସହ ପ୍ରତିଦିନ କିଛି ସମୟ କଟାଇଲେ ଜଣେ ନିଜକୁ ଧୀରେ ଧୀରେ ଧୂମପାନଠାରୁ ଦୂରେଇ ରଖିପାରିବ ବୋଲି ଜଣାପଡ଼ିଛି।

ଏପରି ବିଷୟକୁ ନେଇ ଆମରେିକାସ୍ଥିତ ୟୁନିର୍ଭସିଟି ଅଫ୍‌ କାଲିର୍ଫନିଆର ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ। ଏହି ସମୟରେ ସେମାନେ ନିୟମିତ ଧୂମପାନ କରୁଥିବା କିଛି ବ୍ୟକ୍ତିଙ୍କୁ ସେମାନଙ୍କର ଅତି ନିକଟତର ସାଙ୍ଗଙ୍କ ସହ ପ୍ରତିଦିନ ଅତିକମ୍‌ରେ ଦୁଇଘଣ୍ଟା କଟାଇବାକୁ ପରାର୍ମଶ ଦେଇଥିଲେ। ଆଶ୍ଟର୍ଯ୍ୟଜନକ ଭାବରେ ସେମାନଙ୍କ ମଧ୍ୟରୁ ପାଖାପାଖି ୩୫ ପ୍ରତିଶତ ଧୂମପାନ ପ୍ରତି ଧୀରେ ଧୀରେ ବିମୁଖ ହେଉଥିବାର ଦେଖିବାକୁ ମିଳିଥିଲା। ହେଲେ ଏହି ସମୟରେ ଧୂମପାନ କରୁଥିବା ବ୍ୟକ୍ତିଙ୍କର ମାନସିକତା ସକାରାତ୍ମକ ରହିବା ନିହାତି ଜରୁରୀ।

Get real time updates directly on you device, subscribe now.

Comments
Loading...