ଭୁବନେଶ୍ୱରରେ ପଶ୍ଚିମ ଓଡ଼ିଶାର ମହକ । ଢୋଲ, ମୃଦଙ୍ଗର ତାଳେ ତାଳେ ଝୁମୁଛନ୍ତି ଦର୍ଶକ । ସମ୍ବଲପୁରୀ ନୃତ୍ୟରେ କମ୍ପୁଛି ପରିବେଶ । ଉତ୍କଳ ମଣ୍ଡପ ପାଲଟିଛି ପଶ୍ଚିମ ଓଡ଼ିଶାର ଗାଁ । ରାଜଧାନୀରେ ପ୍ରଥମ ଥର ପାଇଁ ପୁଷ୍ପୁନି ଭେଟ୍ଘାଟରେ ଏଭଳି ଦୃଶ୍ୟ ପରିବେଶକୁ ବେଶ୍ ଗରଗରମ୍ କରିଥିଲା । ପଶ୍ଚିମ ଓଡ଼ିଶାରେ ଚାଷୀ ଫସଲ ଅମଳ କରି ଘରେ ସାଇତି ସାରିବା ପରେ ପରମ୍ପରା ଅନୁସାରେ ପାଳନ ହୁଏ ପୁଷପୁନି ଭେଟଘାଟ । ଭୁବନେଶ୍ୱରରେ ଥିବା ପ୍ରବାସୀ ପଶ୍ଚିମ ଓଡ଼ିଶାର ଲୋକଙ୍କ ପାଇଁ ସ୍ମାର୍ଟ ସିଟିରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା କହିଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ।
କେବଳ ନୃତ୍ୟ ଗୀତ ନୁହେଁ ସମ୍ବଲପୁରୀ କମେଡି ମଧ୍ୟ ଦଶର୍କଙ୍କୁ ହସେଇ ହସେଇ ନାକେଦମ କରିଥିଲା । ଆଉ ଉତ୍କଳ ମଣ୍ଡପ କିଛି ସମୟ ପାଲଟିଯାଇଥିଲା କଂସ ଦରବାର । ନିଜର ସୈନ୍ୟସାମନ୍ତ ଧରି ରାଜ୍ ଚଳାଇଥିଲେ ମହାରାଜ କଂସ । ବରଗଡ ଧନୁଯାତ୍ରାର ଫ୍ଲେଭର ଚାଖିଥିଲେ ରାଜଧାନୀବାସୀ । କେବଳ ପ୍ରବାସୀ ଛାତ୍ରଛାତ୍ରୀ ନୁହଁନ୍ତି, ପଶ୍ଚିମ ଓଡ଼ିଶା କଳାକାରଙ୍କୁ ଭୁବନେଶ୍ୱରରେ ଏକ ସୁଯୋଗ ଦେବାକୁ ଏଭଳି ଭେଟଘାଟ ଆୟୋଜନ କରାଯାଇଥିବା କହିଛନ୍ତି ଆୟୋଜକ ।
ପଶ୍ଚିମ ଓଡ଼ିଶାରେ ନୂଆଖାଇ ଭଳି ପୁଷ୍ପୁନି ବେଶ ଉତ୍ସାହର ସହ ପାଳନ କରାଯାଏ । କିନ୍ତୁ ପୁଷ୍ପୁନିକୁ ଯେଉଁମାନେ ଘରକୁ ଯାଇନାହାନ୍ତିି ସେମାନଙ୍କ ପାଇଁ ରାଜଧାନୀରେ ଏଭଳି ଏକ ସଂନ୍ଧ୍ୟା ଆୟୋଜନ କରାଯାଇଥିଲା ।