News World Odisha
Current News Updates

ବ୍ୟାଟିଂ ଭୁଲିଗଲା ଭାରତ,୯୨ ରନରେ ଅଲଆଉଟ୍

ନ୍ୟୁଜିଲାଣ୍ଡ ବୋଲରଙ୍କ ଆଗରେ ତିଷ୍ଠିପାରିଲେନି ଭାରତୀୟ ବ୍ୟାଟ୍ସମ୍ୟାନ ! ଶହେ ଡେଇଁଲାନି ଟିମ ଇଣ୍ଡିଆ

0 131

Get real time updates directly on you device, subscribe now.

ଭାରତ-ନ୍ୟୁଜିଲାଣ୍ଡ ୪ର୍ଥ ଦିନିକିଆରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ହୋଇଛି। ଶହେ ରନ୍‌ ବି କରିପାରିଲାନି ଭାରତୀୟ ବ୍ରିଗେଡ୍‌ । ୯୨ ରନ୍‌ରେ ଭାରତ ଅଲ ଆଉଟ୍‌ ହୋଇଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଖେଳୁଛି ଭାରତ । ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳୁଥିବା ଶୁଭମନ୍‌ ଗିଲ୍‌ ବି ନିରାଶ କରାଇଛନ୍ତି। ଡେବ୍ୟୁ ମ୍ୟାଚରେ ମାତ୍ର ୯ ରନ୍‌ କଲେ ଶୁଭମନ୍‌ ଗିଲ୍‌  । ଟ୍ରେଣ୍ଟ ବୋଲଟ ଓ ଡି ଗ୍ରାଣ୍ଡ ହୋମ୍‌ଙ୍କ ଘାତକ ବୋଲିଂ ଆଗରେ ଫେଲ୍‌ ମାରିଲା ଇଣ୍ଡିଆ । ଶିଖର ଧଓ୍ବନ୍‌ ୧୩ ରନ କରିଥିବା ବେଳେ ରୋହିତ ଶର୍ମା ୭ ରନ୍‌ରେ ପାଭିଲିଅନ ଫେରିଛନ୍ତି। ରୋହିତଙ୍କର ଏହା ଥିଲା ୨ ଶହ ତମ ମ୍ୟାଚ୍‌ । ମ୍ୟାଚ୍‌ରେ ରୋହିତଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ସମସ୍ତଙ୍କୁ ଚକିତ କରିଥିଲା। ପରେ ଲଗାତାର ଓ୍ବିକେଟ୍‌ ନେବାରେ ସକ୍ଷମ ହୋଇଥିଲେ କିଓ୍ବି ଟିମ୍‌ । ସେହିପରି ଖାତା ଖୋଲିପାରିଲେନି ରାୟୁଡୁ ଓ କାର୍ତ୍ତିକ। । କେଦାର ଯାଦବ ୧ରେ  ଆଉଟ୍‌ ହୋଇଥିବା ବେଳେ ଭୁବନେଶ୍ବର କୁମାର ମଧ୍ୟ ୧ ରନ୍‌ରେ ଆଉଟ୍‌ ହୋଇଥିଲେ। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରୁ ଉଠି ପାରିନଥିଲା ଭାରତ। ହାର୍ଦ୍ଦିକ ପାଣ୍ଡ୍ୟା ୧୬ ଓ ଚହଲଙ୍କ ୧୮ ରନ୍‌ ବଳରେ ଦଳ ୯୨ ରନ୍‌ କରିବାରେ ସକ୍ଷମ ହୋଇଥିଲା। ହାମିଲ୍‌ଟନ୍‌ରେ ନ୍ୟୁଜିଲାଣ୍ଡର ବୋଲର ଜଲଓ୍ବା ଦେଖାଇଥିଲେ। ବୋଲ୍‌ଟଙ୍କୁ ୫, ଗ୍ରାନ୍ଧୋମ୍‌ଙ୍କୁ , ଆଷ୍ଟେଲ୍‌  ଓ ନିଶମଙ୍କୁ ଗୋଟିଏ ଲେଖାଏଁ ଓ୍ବିକେଟ୍‌ ମିଳିଛି। ଭାରତ ୩୧ତମ ଓଭରରେ ମାତ୍ର ୯୨ରନରେ ସମସ୍ତ ଓ୍ଵିକେଟ ହରାଇ ନ୍ୟୁଜିଲାଣ୍ଡ ସମ୍ମୁଖରେ ମାତ୍ର ୯୩ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି।

Get real time updates directly on you device, subscribe now.

Comments
Loading...