News World Odisha
Current News Updates

ବଜେଟରେ ବଡ଼ ଘୋଷଣା, ଶ୍ରମିକଙ୍କୁ ମିଳିବ ପେନସନ

0 600

Get real time updates directly on you device, subscribe now.

ଆଜି ଦିନ ୧୧ଟା ବେଳେ ୨୦୧୯ର ପେଡ଼ି ଖୋଲିଥିଲେ ପୀୟୂଷ ଗୋୟଲ୍ । ଯାହାକୁ ଦେଶବାସୀ ଅନେଇ ବସିଥିଲେ । ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିଲା ଯେ ସାଧାରଣ ଜନତାଙ୍କ ପାଇଁ ପେଡ଼ି ଭିତର କ’ଣ ରଖିଛନ୍ତି ମୋଦି ସରକାର । ମୋଦି ସରକାରଙ୍କ ଏହା ଥିଲା ଶେଷ ବଜେଟ୍ ।


ବିଭିନ୍ନ ଦିଗରେ, ବିଭିନ୍ନ ବର୍ଗର ଜନତାଙ୍କ ପାଇଁ ପୀୟୂଷ ବଜେଟ୍ ଉପସ୍ଥାପନା କରିଥିଲେ । ତେବେ ଅଣସଂଗଠିତ କ୍ଷେତ୍ରର କର୍ମଚାରୀ ପାଇଁ ମଧ୍ୟ ହେଇଛି ବଡ଼ ଘୋଷଣା । ‘ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମନଧନ ଯୋଜନା’ ମାଧ୍ୟମରେ କର୍ମଚାରୀଙ୍କୁ ମାସିକ ମିଳିବ ୩୦୦୦ ଟଙ୍କା ପେନସନ । ଏହି ପେନସନ ୬୦ବର୍ଷରୁ ଉର୍ଦ୍ଧ ଥିବା କର୍ମଚାରୀଙ୍କୁ ମିଳିବ । ତେବେ ତା ବାବଦରରେ କର୍ମଚାରୀ ମାସକୁ ଦେବେ ୧୦୦ ଟଙ୍କା ।


ଏହା ଦ୍ୱାରା ଅତି କମ୍‌ରେ ୧୦ କୋଟି ଅଣସଂଗଠିତ କ୍ଷେତ୍ରର ର୍କମଚାରୀ ଉପକୃତ ହେବେ । ଏହି ଯୋଜନା ପାଇଁ ସରକାରଙ୍କୁ ୫୦୦ କୋଟି ଟଙ୍କା ଆର୍ଥିକ ବୋଝ ବହନ କରିବାକୁ ପଡ଼ିବ । ୫ ବର୍ଷରେ ଏହା ସବୁଠାରୁ ବଡ଼ ପେନସନ ଯୋଜନା ବୋଲି କହିଛନ୍ତି ପୀୟୂଷ ଗୋୟଲ୍

Get real time updates directly on you device, subscribe now.

Comments
Loading...