News World Odisha
Current News Updates

ବିଜେପି କନ୍ଦଳ,ବିଜେଡି ସବଳ,କଂଗ୍ରେସ ଦୁର୍ବଳ

0 1,932

Get real time updates directly on you device, subscribe now.

ଓଡିଶାରେ ହେବାକୁ ଥିବା ଆଗାମୀ ସାଧରଣ ବିଧାନସଭା ନିର୍ବାଚନକୁ ନେଇ ଓଡିଶା ରାଜନୀତି ସରଗମ । ଓଡିଶାରେ ହେବ ତ୍ରିମୁଖୀ ଲଢ଼େଇ । ତିନି ପ୍ରମୁଖ ରାଜନୈତିକ ଦଳ,ବିଜେଡି, ବିଜେପି ଓ କଂଗ୍ରେସ ତୃଣମୂଳ ସ୍ତରରେ ସଂଗଠନକୁ ମଜୁବୁତ କରିବାକୁ  ଲାଗିଲେଣି । ସେଥିମଧ୍ୟରୁ ବାଦ ପଡ଼ିନାହିଁ ଯାଜପୁର ଜିଲ୍ଲାର ବିଂଝାରପୁର ନିର୍ବାଚନ ମଣ୍ଡଳୀ ଏବଂ ସେଠାରେ ଦେଖିବକୁ ମିଳିଛି ହାଇଭୋଲ୍ଟଟେଜ୍ ଡ୍ରାମା । ବିଜେପି ସଂଗଠନ ଦିନକୁ ଦିନ ଦୁର୍ବଳ ହେବାର ଲାଗିଛି  । କିଏ ହେବ ବିଧାୟକ ପ୍ରାର୍ଥୀ ଏପର୍ଯ୍ୟନ୍ତ ଭାରତୀୟ ଜନତା ଦଳର ଜିଲ୍ଳା ସଭପତି ଗୌତମ ରାୟ  ସ୍ପଷ୍ଟ କରି ନାହାନ୍ତି । ଆଶାୟୀ ପ୍ରାର୍ଥୀ ରୂପେ, ଅମୀୟ ମଲ୍ଲିକ, ବବିତା ମଲ୍ଲିକ ଦୁଇ ଜଣ ଥିବା ବେଳେ ସଂଗଠନ ମଜୁବୁତ କରିବା ପ୍ରତି ବଦଳରେ  ଟାଳଟୋଳ ପରସ୍ପର ମଧ୍ୟରେ ଚାଲିଛି । ସେପଟେ ବିଂଝାରପୁର ବିଧାୟିକା ତଥା ପୂର୍ବତନ ଶିଶୁ ବିକାଶ କଲ୍ୟାଣ ମନ୍ତ୍ରୀ ପ୍ରମିଲ୍ଲା ମଲ୍ଲିକ ଗୋଟେ ପରେ ଗୋଟେ ଶକ୍ତ ଝଟକା ବିଜେପିକୁ ଦେବାରେ ଲାଗିଛି । ନିକଟରେ ବିଜେପିର ୨ ଜିଲ୍ଲା ପରିଷଦ, ମଣ୍ଡଳ ସଭାପତିଙ୍କ ସମେତ ବହୁ ବିଜେପି କର୍ମୀ ବିଜେଡି ଯୋଗଦାନ କରିଥିଲେ ବିଜେଡି ସଂଗଠନ ତୃଣମୂଳ ସ୍ତରରେ ମଜୁବୁତ ରହିଛି  ବୋଲି ପ୍ରମିଲ୍ଲା ମଲ୍ଲିକ ଏବଂ ପାଲଟପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବିଜେଡି ସମ୍ପାଦକ ଧୀରେନ୍ଦ୍ର ମଲ୍ଲିକ ନିଜ ଦୃଢ଼ ଉକ୍ତିରେ କହିଛନ୍ତି । କଂଗ୍ରେସ ମଧ୍ୟ ନିଜ ରେସରୁ ବାଦ ପଡିନାହିଁ ତୃଣମୂଳ ସ୍ତରରେ ସଂଗଠନ ଆରମ୍ଭ କରି ଦେଇଛି  । କଂଗ୍ରେସର କିଏ ପ୍ରାର୍ଥୀ ହେବ ଏପର୍ଯ୍ୟନ୍ତ ଦଳରୁ ସ୍ପଷ୍ଟ କରାଯାଇ ନାହି । ବିଂଝାରପୁର କଂଗ୍ରେସ ନେତା ଭରତ ଚନ୍ଦ୍ର ପରିଡା ଏବଂ ଚନ୍ଦ୍ର ଶେଖର ସାହୁ ସଂଗଠନକୁ ମଜୁବୁତ କରିବା ପାଇଁ ଜୋରଦାର ପ୍ରୟାସ ଜାରି ରଖିଛନ୍ତି ।   

Get real time updates directly on you device, subscribe now.

Comments
Loading...