News World Odisha
Current News Updates

କ୍ୟାବିନେଟ୍‌ ମଞ୍ଜୁରୀ

0 207

Get real time updates directly on you device, subscribe now.

ବିଧାନସଭାରେ ଆସିବାକୁ ଥିବା କାମଚଳା ବଜେଟ ଉପରେ ମନ୍ତ୍ରୀ ପରିଷଦର ମୋହର । ଆଜି ଅନୁଷ୍ଠିତ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ବଜେଟ୍‌ ଅନୁମୋଦନ ଲାଭ କରିଛି । ମନ୍ତ୍ରୀ ପରିଷଦ ବୈଠକ ପୂର୍ବରୁ ଆଜି କ୍ୟାବିନେଟ୍‌ ବୈଠକ ମଧ୍ୟ ବସିଥିଲା । ଏଥିରେ ତିନିଟି ପ୍ରସ୍ତାବକୁ ମଞ୍ଜୁର କରାଯାଇଛି । ଓଡ଼ିଶା ସଚିବାଳୟ ସେବା ନିୟମ ସଂଶୋଧନ, ଓଡ଼ିଶା ପୋଲିସ ସେବା ଏବଂ ଓଡ଼ିଶା ସଶସ୍ତ୍ର ପୋଲିସ ସେବା ଅଧିକାରୀଙ୍କ ପଦୋନ୍ନତି କମିଟିର ପୁନର୍ଗଠନ ପାଇଁ ମଧ୍ୟ ମିଳିଛି କ୍ୟାବିନେଟ୍‌ ମଞ୍ଜୁରୀ । ସେହିପରି ଓଡିଶା ସରକାରୀ ଡ୍ରାଇଭର ନିୟମାବଳୀରେ ସଂଶୋଧନ କରାଯାଇଛି । ଉଭୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ ।

Get real time updates directly on you device, subscribe now.

Comments
Loading...