News World Odisha
Current News Updates

ଖେଳିବେ ଧୋନୀ

0 260

Get real time updates directly on you device, subscribe now.

ନ୍ୟୁଜିଲାଣ୍ଡ ବିପକ୍ଷ ଅନ୍ତିମ ମ୍ୟାଚ୍‌ରେ ଖେଳିବା ଲାଗି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ ସମ୍ପୂର୍ଣ୍ଣ ଫିଟ୍‌। ଏ ନେଇ ବ୍ୟାଟିଂ କୋଚ୍‌ ସଞ୍ଜୟ ବାଙ୍ଗର ଶନିବାର ସ୍ପଷ୍ଟ କରିଛନ୍ତି। ମାଂସପେଶୀ ଜନିତ ସମସ୍ୟା ଯୋଗୁ ଧୋନୀ ୩ୟ ଓ ୪ର୍ଥ ଦିନିକିଆ ମ୍ୟାଚ୍‌ରୁ ବାଦ୍‌ ପଡ଼ିଥିଲେ। ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ୪୮ ରନ୍‌ର ଅପରାଜିତ ଇନିଂସ ବେଳେ ସେ ଆହତ ହୋଇଥିଲେ। ଧୋନୀ ୪ର୍ଥ ଦିନିକିଆ ପୂର୍ବରୁ ଅଭ୍ୟାସ କରିଥିଲେ। ହେଲେ ଚୂଡ଼ାନ୍ତ ଏକାଦଶରେ ତାଙ୍କ ନାମ ସ୍ଥାନ ପାଇ ନ ଥିଲା। ତାଙ୍କ ଅନୁପସ୍ଥିତିରେ ଦୀନେଶ କାର୍ତ୍ତିକ ଉଇକେଟ କିପିଂ ଦାୟିତ୍ୱ ସମ୍ଭାଳିଥିଲେ।

Get real time updates directly on you device, subscribe now.

Comments
Loading...