News World Odisha
Current News Updates

୪-୧ରେ ସିରିଜ୍ ଜିତିଲା ଭାରତ

0 296

Get real time updates directly on you device, subscribe now.

ଭାରତ-ନ୍ୟୁଜିଲାଣ୍ଡ ପଞ୍ଚମ ଦିନିକିଆରେ ଭାରତର ରୋମାଞ୍ଚକର ବିଜୟ । ୩୫ ରନରେ ସିରିଜ ଜିତିଲା ଟିମ୍ ଇଣ୍ଡିଆ । ଏହାସହ ୪-୧ରେ ସିରିଜ ହାତେଇଛି ଭାରତ । ନ୍ୟୁଜିଲାଣ୍ଡ ଆଗରେ ଭାରତ ୨୫୩ ରନ୍‌ର ଟାର୍ଗେଟ ରଖିଥିବା ବେଳେ ୨୧୭ ରନରେ ଅଲଆଉଟ ହୋଇଯାଇଥିଲା କିଓ୍ବି ଟିମ୍‌ । ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ ସର୍ବାଧିକ ୩ ଓ୍ବିକେଟ ନେଇଛନ୍ତି । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ଓ ସାମିଙ୍କୁ ୨ ଟି ଓ୍ବିକେଟ ମିଳିଥିବା ବେଳେ ଭୁବନେଶ୍ବର କୁମାର ଓ କେଦାର ଯାଦବ ଗୋଟିଏ ଓ୍ବିକେଟ ନେଇଛନ୍ତି । ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ  ୪୯.୫ ଓଭରରେ ଭାରତ  ସମସ୍ତ ଓ୍ବିକେଟ ହରାଇ ୨୫୨ ରନ୍‌ କରିଥିଲା । ଦଳ ପକ୍ଷରୁ ଅମ୍ବାତି ରାୟୁଡୁ ସର୍ବାଧିକ ୯୦ ରନ୍‌ କରିଥିଲେ । ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁପାରି ନ ଥିବାବେଳେ ଦଳ ପକ୍ଷରୁ ସମ୍ମାନ ରଖିଲେ ଅମ୍ବାତି ରାୟୁଡୁ ଓ ବିଜୟ ଶଙ୍କର । ବିଜୟ ଶଙ୍କର ୪୫ ରନ୍‌ କରିଥିବାବେଳେ, କେଦାର ଯାଦବ ୩୪, ହାର୍ଦ୍ଦିକ ପାଣ୍ଡ୍ୟା ୪୫ ରନ୍‌ କରିଥିଲେ । ପ୍ରାରମ୍ଭରୁ ଟିମ୍ ଇଣ୍ଡିଆକୁ ଲାଗିଥିଲା ଝଟକା । ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧଓ୍ବନ ପୁଣି ଫେଲ ମାରିଛନ୍ତି । ନ୍ୟୁଜିଲାଣ୍ଡର ଓ୍ବେଲିଙ୍ଗଟନରେ ଏହି ମ୍ୟାଚ ଖେଳା ଯାଉଥିଲା ।

Get real time updates directly on you device, subscribe now.

Comments
Loading...