News World Odisha
Current News Updates

ଆଲିଆଙ୍କ ଯାଆଁଳା…

0 138

Get real time updates directly on you device, subscribe now.

ବଲିଉଡ୍‌ର ଚୁଲ୍‌ବୁଲି ନାୟିକା ଆଲିଆ ଭଟ୍ଟଙ୍କ ଯାଆଁଳା ଭଉଣୀଙ୍କ ସନ୍ଧାନ ମିଳିଛି। ଆଜ୍ଞା ହଁ ସେ ଦେଖିବାକୁ ପୁରା ଆଲିଆଙ୍କ ପରି । କଥା କହିବାଠପ ଆରମ୍ଭ କରି ହସିବା ଯାଏଁ ସବୁ କିଛି ଆଲିଆଙ୍କୁ ପରି ଲାଗେ । ସେ ହେଉଛନ୍ତି ଆମେରିକା ଗାୟିକା ତଥା ଗୀତିକାର ଜୁଲିଆ ମାଇକେଲସ୍‌ । ଏବେ ଆଲିଆ ଓ ଜୁଲିଆଙ୍କ ଫଟୋ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଦୁହିଁଙ୍କ ମଧ୍ୟରେ କୌଣସି ରକ୍ତ ସମ୍ପର୍କ ନ ଥିଲେ ମଧ୍ୟ ସେମାନେ ଦେଖିବାକୁ ପୁରା ଜଣେ ଜଣଙ୍କର ଜେରକ୍ସ କପି ବୋଲି ସୋସିଆଲ୍‌ ମିଡ଼ିଆରେ ନାନା କମେଣ୍ଟ୍‌ ଦିଆଯାଉଛି। ପ୍ରଥମେ ଏହି ଫଟୋକୁ ଇନଷ୍ଟାଗ୍ରାମ୍‌ରେ ଅପଲୋଡ୍‌ କରାଯାଇଥିଲା। ଏହାକୁ ନେଇ ଆଲିଆଙ୍କ ପ୍ରଶଂସକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖାଦେଇଛି।

ଆଲିଆଙ୍କ ଅଭିନିତ ଗଲି ବୟର ଏକ ଡାଇଲଗର ଟିକଟକ୍ ଭିଡ଼ିଓ କରି ସେ ଚର୍ଚ୍ଚାକୁ ଆସିଥିଲେ । ଏହି ଭିଡ଼ିଓରେ ସେ ପୁରା ଆଲିଆଙ୍କ ଭଳିଆ ଜାଆଁଳା ଭଉଣୀ ଭଳି ଦୃଶ୍ୟମାନ ହେଉଥିଲେ ।

Get real time updates directly on you device, subscribe now.

Comments
Loading...