News World Odisha
Current News Updates

ମନା କରିବାରୁ ୧୩ କଲେ ଆତ୍ମହତ୍ୟା…

0 80

Get real time updates directly on you device, subscribe now.

ବିବାହରେ ଯୁବତୀ ଯୁବକ ଉଭୟ ସୁନ୍ଦର ତଥା ଗୁଣକୁ ପ୍ରାଧାନ୍ୟ ଦେଇଥାନ୍ତି। ତେବେ ଶାସ୍ତ୍ରରେ କୁହାଯାଇଛି ଜୀବନସାଥୀ ପାଖରେ ଶାରୀରିକ ସୌନ୍ଦର୍ଯ୍ୟ ତୁଳନାରେ ଭଲ ଗୁଣ ରହିଥିବା ଆବଶ୍ୟକ। ଗୁଣ ଚିହ୍ନେ ଗୁଣିଆ ଭଳି ନିଶଥିବା ଜଣେ ରାଜକୁମାରୀଙ୍କୁ ବିବାହ କରିବା ଲାଗି ୧୪୫ ଜଣ ଯୁବକ ଚାହୁଁଥିଲେ। ତେବେ ରାଜକୁମାରୀ ସାଧାରଣ ଲୋକଙ୍କୁ ବିବାହ କରିବାକୁ ମନା କରିଥିଲେ। ରାଜକୁମାରୀଙ୍କ ଗୋଟିଏ ନା ଶବ୍ଦରେ ୧୩ ଜଣ ଯୁବକଙ୍କର ହୃଦୟ ଭାଙ୍ଗିଯାଇଥିଲା। ସେମାନେ ଶେଷରେ ଆଦରି ନେଇଥିଲେ ଆତ୍ମହତ୍ୟା ପଥକୁ।

ଏହି ଘଟଣା ୧୮୮୩ରେ ଘଟିଥିଲା । ଇରାନ୍‌ର ତୁର୍କ ସମ୍ପ୍ରଦାୟର କଜର ରାଜବଂଶର ରାଜକୁମାରୀ ଜହରା ଖାନମ୍‌ ତଦଜ୍‌ ଏସ୍‌-ସଲ୍‌ଟାନେହ ଦେଖିବାକୁ ଥିଲେ ଅସୁନ୍ଦର। ତାଙ୍କର ବଡ଼ ବଡ଼ ନିଶ ଥିଲା। ତେବେ ସେ ଉଚ୍ଚଶିକ୍ଷା ପ୍ରାପ୍ତ କରିବା ସହିତ ଜଣେ ଉଚ୍ଚକୋଟୀର କବି ଥିଲେ। ତାଙ୍କ ଗୁଣପ୍ରତି ଯୁବକମାନେ ଆକର୍ଷିତ ହୋଇଥିଲେ। ମାତ୍ର ରାଜବଂଶର ନିୟମ ଅନୁସାରେ ସାଧାରଣ ଲୋକଙ୍କୁ ରାଜକୁମାରୀ ବିବାହ କରିବା ବାରଣ କରାଯାଇଥିଲା। ରାଜକୁମାରୀ ତାଙ୍କ ପ୍ରେମିକ ପାର୍ଶୀ ରାଜକୁମାର ନାସିର ଅଲ୍‌-ଦିନ୍‌ ଶାହ କାଜରଙ୍କ ସହିତ ବିବାହ କରିଥିଲେ। ନାସିର୍‌ କହିଥିଲେ ବିବାହ ହେଉଛି ଦୁଇଟି ମନର ମିଳନ। ସେଠି ଶାରୀରିକ ସୌନ୍ଦର୍ଯ୍ୟ କୌଣସି ମହତ୍ତ୍ୱ ରଖେ ନାହିଁ। ବିବାହ ପରେ ରାଜକୁମାରୀ ଜହରା ଖାନମ୍‌ଙ୍କର ଦୁଇ ପୁତ୍ର ଓ ଜଣେ କନ୍ୟା ଜନ୍ମ ହୋଇଥିଲେ।

Get real time updates directly on you device, subscribe now.

Comments
Loading...