News World Odisha
Current News Updates

ହକି ପରେ ରଜଧାନୀରେ ଜମିବ ଫୁଟବଲ ଫିବର

0 99

Get real time updates directly on you device, subscribe now.

ଶନିବାର ଠାରୁ କଳିଙ୍ଗରେ ଜମିବ ଫୁଟବଲ ଫାଇଟ୍‌ । କଳିଙ୍ଗରେ କମାଲ ଅପେକ୍ଷାରେ ୪ଟି ଦେଶ । ଇରାନ, ନେପାଳ, ମିଆଁମାର ଓ ଭାରତୀୟ ମହିଳା ଫୁଟବଲ ଟିମ୍‌ ସେମାନଙ୍କର ଜଲ୍‌ଓ୍ବା ଦେଖାଇବେ । ୯ ତାରିଖରୁ ଆରମ୍ଭ ହେଉଥିବା ଏହି ପ୍ରତିଯ଼ୋଗିତା ୧୫ ତାରିଖ ଯାଏଁ ଚାଲିବ । ଏଥିପାଇଁ ସମସ୍ତ ଦଳ ଭୁବନେଶ୍ବରରେ ପହଞ୍ଚି ଜୋରଦାର ପ୍ରସ୍ତୁତି ଚଲାଇଛନ୍ତି । ଏହି ୪ଟି ଦଳ ଅଲିମ୍ପିକ ଯ଼ୋଗିତା ପର୍ଯ୍ୟାୟର ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଥିବାରୁ ସମୃସ୍ତ ଟିମ୍‌ର ମନବଳ ଦୃଢ ରହିଛି ।

କଳିଙ୍ଗ ଷ୍ଟାଡିଅମର ମୁଖ୍ୟ ପଡ଼ିଆରେ ହେବ ଖେଳ । ମ୍ୟାଚ୍‌ ପୂର୍ବରୁ ଫୁଟବଲ ପଡ଼ିଆକୁ ବିଶ୍ବସ୍ତରୀୟ କରିବାକୁ ରାତିଦିନ କାମ ଚାଲିଛି । ଅଲ ଇଣ୍ଡିଆ ଫୁଟବଲ ଫେଡରେସନ ଆନୁକୂଲ୍ୟରେ ରାଜ୍ୟସରକାର ଏହି ପ୍ରତିଯ଼ୋଗିତାକୁ ଆୟୋଜନ କରୁଛନ୍ତି । ଦୈନିକ ୨ଟି ଲେଖାଏଁ ମ୍ୟାଚ୍‌ ଖେଳାଯିବା । ପ୍ରଥମ ମ୍ୟାଚ ଅପରାହ୍ନ ୪ଟାରେ ଏବଂ ଦ୍ବିତୀୟ ମ୍ୟାଚ ସନ୍ଧ୍ୟା ୭ଟାରେ ଖେଳାଯିବ ।

Get real time updates directly on you device, subscribe now.

Comments
Loading...