News World Odisha
Current News Updates

ହକି ପରେ ରାଜଧାନୀକୁ ଫେରିଛି ଫୁଟବଲ ଫିଭର

0 108

Get real time updates directly on you device, subscribe now.

ରାତି ପାହିଲେ ଗୋଲ୍ଡ କପ ମହିଳା ଫୁଟବଲ ଚାମ୍ପିୟନସିପ୍‌ । ହକି ପରେ ରାଜଧାନୀକୁ ଫେରିଛି ଫୁଟବଲ ଫିଭର । କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଫୁଟବଲକୁ ନେଇ ଦେଖିବାକୁ ମିଳିଲାଣି ନାହିଁ ନଥିବା ଉତ୍ସାହ । ପ୍ରଥମ ମ୍ୟାଚ୍‌ରେ ଶକ୍ତିଶାଳୀ ଇରାନକୁ ଭେଟିବାକୁ ଥିବା ବେଳେ ଏଥିପାଇଁ ନୂତନ ରଣକୈାଶଳ ସହ ପଡ଼ିଆକୁ ଓହ୍ଲାଇବାକୁ ଲକ୍ଷ୍ୟ ରଖିଛି ଭାରତ।

ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ବରରେ ଗୋଲ୍ଡ କପ ମହିଳା ଫୁଟବଲ ଚାମ୍ପିୟନସିପ ଖେଳାଯିବ। ୪ଟି ଦଳ ମିଆଁମାର, ଇରାନ, ନେପାଳ ଓ ଭାରତ ମଧ୍ୟରେ ହେବ କଡ଼ା ମୁକାବିଲା । ଏଭଳି ଏକ ଅନ୍ତର୍ଜାତୀୟ ସ୍ତରର ମହିଳା ପ୍ରତିଯ଼ୋଗିତା କେବଳ ଓଡ଼ିଶା ନୁହେଁ ଭାରତରେ ମଧ୍ୟ ପ୍ରଥମ ଥର ପାଇଁ ଆୟୋଜିତ ହେଉଛି । ଶନିବାର ଆରମ୍ଭ ହେଉଥିବା ଏହି ପ୍ରତିଯ଼ୋଗିତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଦିନକୁ ଦୁଇଟି ଲେଖାଏ ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ ଅପରାହ୍ନ ୪ଟାରେ ଖେଳାଯିବାକୁ ଥିବା ବେଳେ ଦ୍ବିତୀୟ ମ୍ୟାଚ୍‌ ସଂଧ୍ୟା  ୭ଟାରେ ଖେଳାଯିବ । ପ୍ରତିଯ଼ୋଗିତା ପାଇଁ ଦର୍ଶକଙ୍କୁ କୈାଣସି ଏଣ୍ଟ୍ରି ଫିସ୍‌ ଦେବାକୁ ପଡିବ ନାହିଁ

ଶନିବାର ସଂଧ୍ୟା ୭ଟାରେ ଫିଫା ବିଶ୍ବ ମାନ୍ୟତାରେ ୬୨ ସ୍ଥାନରେ ଥିବା ଭାରତ ଓ ୬୦ତମ ସ୍ଥାନରେ ଥିବା ଇରାନ ବିପକ୍ଷରେ ଉଦ୍‌ଘାଟନୀ ଟକ୍କର ହେବ । ମ୍ୟାଚକୁ ଜିତିବା ପାଇଁ ନୂଆ ରଣକୈ।ଶଳ ସହ ପଡ଼ିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ । ନିକଟରେ ହଂକଂ ଓ ଇଣ୍ଡେ।ନେସିଆ ବିପକ୍ଷରେ ସମସ୍ତ ମ୍ୟାଚ ଜିତିଥିବା ଭାରତୀୟ ମହିଳା ଦଳ ଏକ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି । ସେପଟେ ଭାରତୀୟ ଦଳରେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଜବାମଣି ଟୁଡୁଙ୍କୁ ସ୍ଥାନ ମିଳିଛି । ଜବାମଣିଙ୍କୁ ନେଇ କୋଚ୍‌ ବେଶ ଆଶାବାଦୀ । ତାଙ୍କ ପ୍ରଦର୍ଶନ ଉପରେ ସ୍ଥାନୀୟ ଦର୍ଶକଙ୍କ ନଜର ରହିବ ।

Get real time updates directly on you device, subscribe now.

Comments
Loading...