News World Odisha
Current News Updates

ମଧୁମେହ ନ ହେବା ପାଇଁ ଆପଣାନ୍ତୁ ଏହି ଉପାୟ…

0 24,059

Get real time updates directly on you device, subscribe now.

ଦୈନନ୍ଦିନ ଜୀବନରେ ଆମେ ରୋଷେଇ ଘରେ ଅନେକ ସାମଗ୍ରୀ ବ୍ୟବହାର କରିଥାଉ । ତେବେ କିଛି ସାମଗ୍ରୀ ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥିବା ବେଳେ କିଛି ଥାଏ ଦେହ ପାଇଁ କ୍ଷତିକାରକ । ଏହି କ୍ଷତିକାରକ ସାମଗ୍ରୀ ମଧ୍ୟରୁ କିଛିଟା ବସ୍ତୁ ତ୍ୟାଗ କରିବାକୁ କହିଛନ୍ତି ପ୍ରାକୃତିକ ଚିକିତ୍ସକ ତଥା ପଂଚଗବ୍ୟ ଚିକିତ୍ସା ଗବେଷକ ନିରଂଜନ ଭାଇ ବର୍ମା ।

ତାଙ୍କ କହିବା କଥା ହେଉଛି ରୋଷେଇ ଘରେ ରହିଛି ୫ଟି ବିଷ । ୫ଟି ବିଷକୁ ରୋଷେଇ ଘରୁ ବାହାର କରି ଦିଅନ୍ତୁ । ଏହା କରିବା ଦ୍ୱାରା କେବଳ ଡାଇବେଟିସ ନୁହେଁ ଆପଣଙ୍କ ଜୀବନର ସମସ୍ତ ରୋଗ ଠିକ ହୋଇଯିବ । ପ୍ରଥମ ବିଷ ହେଉଛି ଅପମିଶ୍ରିତ ଅର୍ଥାତ୍ ମଇଦା ମିଶ୍ରିତ ଗହମ ଅଟା । ଏହା ବଦଳରେ ଆପଣ ବାଜରା, ମକା ଏବଂ ଯଅରେ ତିଆରି ଅଟା ଖାଇପାରିବେ ।

ଦ୍ୱିତୀୟ ବିଷ ହେଉଛି ଆୟୋଡିନ ଲୁଣ । ଏହାକୁ କେବେ ବି ପ୍ରାକୃତିକ ଲୁଣ ବୋଲି କୁହାଯାଇପାରିବ ନାହିଁ । ଯୁକ୍ତି ହେଉଛି ଏହା ଯେ, ଯାହା ବିଜ୍ଞାନାଗାରରେ ତିଆରି ହୋଇଛି ତାକୁ ପ୍ରାକୃତିକ କୁହାଯିବ କେମିତି । ଆୟୋଡିନ ଲୁଣ ପରିତ୍ୟାଗ କରି ଆପଣ କଳା ଲୁଣ, ବଡ଼/ଗୋଟା ଲୁଣ ବ୍ୟବହାର କରିପାରିବେ । ଏହା ହିଁ ହେଉଛି ଶୁଦ୍ଧ ଲୁଣ ।

ତୃତୀୟ ବିଷ ହେଉଛି ଚିନି । ଚିନି ବିଭିନ୍ନ ରୋଗର ମୂଳ କାରଣ ହୋଇଥାଏ, ତେଣୁ ଚିନିକୁ ଛାଡ଼ି ଗୁଡ଼ ଖାଇବା ଅଭ୍ୟାସ କରନ୍ତୁ । ଆପଣ ଯଦି ମିଠା ଖାଇବାକୁ ଭଲ ପାଉଛନ୍ତି ତେବେ ଆଜିଠୁ ଚିନି ଛାଡ଼ି ଗୁଡ଼ ଖାଇବା ଅଭ୍ୟାସ କରନ୍ତୁ । ବିଦେଶୀମାନେ ଆମକୁ ଅନୁସରଣ କରି ଚିନି ଛାଡ଼ିଲେଣି, କିନ୍ତୁ ଗୁଡ଼ ଆମକୁ ଗନ୍ଧ ହେଉଛି । ତେଣୁ ଆପଣ ଯଦି ମଧୁମେହ ରାକ୍ଷସ କବଳରୁ ବଂଚିବାକୁ ଚାହୁଁଛନ୍ତି ତେବେ ଚିନି ଛାଡ଼ନ୍ତୁ, ଗୁଡ଼ ଆପଣାନ୍ତୁ ବୋଲି ନିରଂଜନ ଭାଇ କହିଛନ୍ତି। ଏପରିକି ଡାଇବେଟିସ୍ ରୋଗୀ ଗୁଡ଼ବାଲା ମିଠା ଖାଇପାରିବେ ବୋଲି ସେ ଦାବି କରିଛନ୍ତି । ଆଜିକାଲି ଗୁଡ଼ ପାଉଡର ମଧ୍ୟ ବଜାରରେ ମିଳିଲାଣି । ଗୁଡ଼ର ଗ୍ରହଣୀୟତା ଦେଖି ଇ-କମର୍ସ ବ୍ୟବସାୟୀ ଅନଲାଇନରେ ମଧ୍ୟ ଗୁଡ଼ ଉପଲବ୍ଧ କଲେଣି ।

ଚତୁର୍ଥ ବିଷ ହେଉଛି ରିଫାଇନ ତେଲ । ରିଫାଇନ ତେଲ ବ୍ୟବହାର କରିବା ଦ୍ୱାରା ଏହା ଆପଣଙ୍କ ଆଣ୍ଠୁ, ଗଣ୍ଠି ଯନ୍ତ୍ରଣାର କାରଣ ହୋଇଥାଏ । ରାଜସ୍ଥାନର ମହିଳା ମାନଙ୍କ ପାଖରେ ବିଶେଷ କରି ଏହି ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ଦେଖିବାକୁ ମିଳିଥାଏ । ତେଲ ଏବଂ ଘିଅ ନାଁରେ ଆଜିକାଲି ସମସ୍ତେ ରିଫାଇନ ତେଲ ଏବଂ ବଟର ଅଏଲ ବ୍ୟବହାର କରୁଛନ୍ତି । ତେବେ ଏସବୁକୁ ପରିତ୍ୟାଗ କରି ଆପଣ ସୋରିଷ ତେଲ, ରାଶି ତେଲ, ରାଇ ତେଲ, ବାଦାମ ତେଲ ଆଦି ବ୍ୟବହାର କରିପାରିବେ, ଏହା ଆପଣଙ୍କ ସ୍ୱାସ୍ଥ୍ୟ ପକ୍ଷେ ଖୁବ ହିତକର । ଏହା ସହିତ ଦୁଇଟି ଜିନିଷ ଅଛି ଗୋଟିଏ ହେଉଛି ସୂର୍ଯ୍ୟମୂଖୀ ଏବଂ ଦ୍ୱିତୀୟଟି ହେଉଛି ସୋୟାବିନ । ଏହା ମଧ୍ୟ ଦେହ ପାଇଁ କ୍ଷତିକାରକ ।

ଘରେ ସମସ୍ତେ ଶୀଘ୍ର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ପ୍ରେସର କୁକରର ବ୍ୟବହାର କରନ୍ତି । କିନ୍ତୁ ଏହି ପ୍ରେସର କୁକର ଦେହ ପାଇଁ କ୍ଷତିକାରକ । ପ୍ରେସର କୁକର ଦ୍ୱାରା ଡାଲି ଆଦି ଖାଦ୍ୟ ଶିଝି ନଥାଏ ଏହା ଫାଟି ଯାଇଥାଏ । ତଳୁ ନିଆଁର ତାପ ଏବଂ ଉପରୁ ବାମ୍ଫ ଦ୍ୱାରା ଡାଲି ଶିଝି ନଥାଏ ଏହା ଫାଟି ଯାଇଥାଏ । ଏହା ଦେହ ପାଇଁ ପୁଷ୍ଟିକର ନୁହେଁ । ତେଣୁ ପ୍ରେସର କୁକର ବ୍ୟବହାରକୁ ପରିତ୍ୟାଗ କରି ଫଟା ଖାଦ୍ୟ ବଦଳରେ ସିଝା ଖାଦ୍ୟ ଖାଇବା ଆରମ୍ଭ କରନ୍ତୁ ।

ଖାଦ୍ୟକୁ ବେଶୀ ଦିନ ପାଇଁ ସଂରକ୍ଷିତ କରି ରଖିବା ପାଇଁ ଆମେ ଅତିରିକ୍ତ ଖାଦ୍ୟକୁ ଫ୍ରିଜ୍ ରେ ରଖିଥାଉ । ଶରୀରକୁ ଅଗ୍ନିତତ୍ତ୍ବର ଆବଶ୍ୟକତା ରହିଛି । ଫ୍ରିଜ୍ ର ସମସ୍ତ ବସ୍ତୁ ଶାରୀରିକ ଅଗ୍ନିକୁ ଖରାପ କରିଦିଏ । ଶରୀରରେ ଅଗ୍ନିତତ୍ତ୍ବର ଅଭାବ ରହିଲେ ପାଚନ କ୍ରିୟା ଠିକ ଭାବରେ ହୁଏ ନାହିଁ, ଫଳରେ ପେଟରେ ଖାଦ୍ୟ ସଢ଼ିଯାଏ ଏବଂ ଗ୍ୟାସ ସମସ୍ୟା ସୃଷ୍ଟି ହୁଏ । ପରେ ପାରାଲିସିସ୍ , ହାର୍ଟ ଆଟାକ, ବ୍ରେନ ହାମରେଜ, ଡାଇବେଟିସ ଭଳି ରୋଗ ହୋଇଥାଏ । ତେଣୁ ଫ୍ରିଜରେ ଖାଦ୍ୟଦ୍ରବ୍ୟ ସଂରକ୍ଷଣ କରନ୍ତୁ ନାହିଁ ବୋଲି ସେ କହିଛନ୍ତି ।

ଏହି ବସ୍ତୁ ସବୁ ଆପଣ ନିଜ ରୋଷେଇ ଘରୁ ବାହାର କରିଦିଅନ୍ତୁ, ଆପଣଙ୍କ ୫୦ ପ୍ରତିଶତ ଡାଇବେଟିସ ଠିକ୍ ହୋଇଯିବ । ଆଉ ବାକି ୫୦ ପ୍ରତିଶତ ପାଇଁ ଆପଣ ଗାଈର ଶରଣ ନେଇପାରିବେ । ଗୋମୂତ୍ର ସହିତ ସପ୍ତରଂଗୀ ନାମକ ଆୟୁର୍ବେଦ ଔଷଧ ମିଶାଇ ଆପଣ ୩ ବର୍ଷ ଯାଏଁ ସେବନ କଲେ ସଂପୂର୍ଣ୍ଣ ଭାବେ ଡାଇବେଟିସରୁ ମୁକ୍ତି ପାଇବେ ବୋଲି ସେ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments
Loading...