News World Odisha
Current News Updates

ପୁଣି ହାଜର ହେବେ ରବର୍ଟ ଭଦ୍ରା …

0 67

Get real time updates directly on you device, subscribe now.

ଶିଳ୍ପପତି ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଭିଣୋଇ ରବର୍ଟ ଭଦ୍ରା ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି । କଳାଟଙ୍କା ନେଇ ବିଦେଶରେ ସମ୍ପତ୍ତି ବିଭିନ୍ନ ବାଟରେ ସେହି କଳାଟଙ୍କାକୁ ଧଳାଟଙ୍କାରେ ପରିଣତ କରିବା ଅଭିଯୋଗରେ ଆଜି ତୃତୀୟ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପାଖରେ ହାଜର ହୋଇଛନ୍ତି । ଫ୍ରେବୃଆରି ୭ ଓ ୬ ହାଜର ପରେ ପୁଣି ଭଦ୍ରା ଆଜି ୧୦.୪୫ରେ ହାଜର ହୋଇଥିଲା । ତଦନ୍ତ ଅଧିକାରୀ ମାମଲା ବାବଦରେ ଆଉ କିଛି ପ୍ରଶ୍ନ ପଚାରିବା ଅଛି ତେଣୁ ଆସନ୍ତା ୧୨ ତାରିଖରେ ପୁଣି ହାଜର ହେବେ ରବର୍ଟ ଭଦ୍ରା । ଭଦ୍ରାଙ୍କୁ ପ୍ରଥମ ଦିନ ୫ଘଣ୍ଟା ୩୦ ମିନିଟ୍ ଦ୍ବିତୀୟ ଦିନରେ ୯ଘଣ୍ଟା କାଳ ପ୍ରଶ୍ନ ପଚାର ଯାଇଥିଲା ।

Get real time updates directly on you device, subscribe now.

Comments
Loading...