News World Odisha
Current News Updates

ହାଜର ଆଗରୁ ହାଲ ବେହାଲ: ଗୋଲକ ପରେ ଭୃଗୁ

0 1,659

Get real time updates directly on you device, subscribe now.

ସମନ ଦେଖି ସ୍ବାସ୍ଥ୍ୟ ବିଗିଡ଼ିଲା  । ହାଜର ହେବା ଆଗରୁ ହାଲତ ଖରାପ ହେଲା  । ଗୋଲକଙ୍କ ପରେ ଏବେ ଭୃଗୁଙ୍କ ଅସୁସ୍ଥ ବାହାନା  । ବହୁ ଚର୍ଚ୍ଚିତ ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ହାଜର ହେଲେନି ବିଜେପି ନେତା ଭୃଗୁ ବକ୍ସିପାତ୍ର  । ହତ୍ୟାକାଣ୍ଡରେ ୨ ବିଜେପି ନେତାଙ୍କୁ ସମନ ହୋଇଥିଲେ ବି ଗୋଲକ ମହାପାତ୍ରଙ୍କ ପରି ଭୃଗୁ ବକ୍ସିପାତ୍ର ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଥାନାରେ ହାଜର ହୋଇନାହାନ୍ତି  । ତାଙ୍କୁ ଜ୍ବର ସହ ରକ୍ତଚାପ ବଢ଼ି ଯାଇଥିବାରୁ ସେ ହାଜର ହୋଇ ପାରିନଥିବା ଭୃଗୁଙ୍କ ଓକିଲ କହିଛନ୍ତି  । ତେବେ ପୁନଃ ହାଜର ହେବାକୁ ଭୃଗୁ ମାସେ ମହଲତ ନେଇଥିବା ଓକିଲ ଦର୍ଶାଇଛନ୍ତି  ।

ଭୃଗୁ ବକ୍ସିପାତ୍ର

ସେପଟେ ଭୃଗୁଙ୍କ କ୍ଷେତ୍ରରେ ଗୋଲକ ରିପିଟ୍ ଦେଖିବାକୁ ମିଳିଛି  । ଗତ ଜାନୁୟାରୀ ୨୯ରେ ଉଭୟ ନେତାଙ୍କୁ ଛତ୍ରପୁର ଥାନାରୁ ହାଜର ହେବାକୁ ନୋଟିସ ହୋଇଥିଲା ମାତ୍ର ଗତ ୭ ତାରିଖରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ହାଜର ହୋଇନଥିଲେ  । ଆଉ ଆଜି ଭୃଗୁ ବି ସମାନ କାରଣ ଦର୍ଶାଇ ହାଜର ହୋଇନାହାନ୍ତି  ।

ସୂଚନା ଥାଉକି ଗତ ୧୬ ସେପ୍ଟେମ୍ବର ୨୦୧୭ରେ ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ନିଜ ଘର ଆଗରେ କିଛି ଦୁର୍ବୃତ୍ତ ଖଣ୍ଡାରେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ  । ହତ୍ୟାକାଣ୍ଡ ପୂର୍ବରୁ ଲକ୍ଷ୍ମୀ ବିଜେପି ଛାଡ଼ି ବିଜେଡିରେ ଯୋଗଦେଇଥିବାରୁ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା  । ଆଉ ସେହି ଅଭିଯୋଗ ଭିତରେ ୨ ହେଭିନେତାଙ୍କ ନାଁ ସାମ୍ନାକୁ ଆସିଥିଲା  ।

Get real time updates directly on you device, subscribe now.

Comments
Loading...