News World Odisha
Current News Updates

ଘରେ ବସି ଜାଣନ୍ତୁ କେତେ ସୁସ୍ଥ ଆପଣ ?

0 249

Get real time updates directly on you device, subscribe now.

ଆଜିର ବ୍ୟସ୍ତ ବହୁଳ ଜୀବନରେ ନିଜ ସ୍ୱାସ୍ଥ୍ୟ ପାଇଁ ସମୟ କାଢ଼ିବା ପାଇଁ କାହା ପାଖରେ ଫୁରସତ ନାହିଁ । ତା ଉପରେ ପୁଣି ଡାକ୍ତରଖାନା ଯାଇ ଲମ୍ୱା ଲାଇନରେ ଛିଡ଼ା ହୋଇ ସ୍ୱାସ୍ଥ୍ୟ ପରୀକ୍ଷା କରିବା କଷ୍ଟକର ବ୍ୟାପର ସାଜୁଛି । ତେବେ ଏବେ ଆପଣ ଘରେ ବସି ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ଜାଣି ପାରିବେ  । ଏହି କିଛିଟା ସହଜ ଉପାୟରେ ଆପଣ କେତେ ସୁସ୍ଥ ତାହା ଘରେ ବସି ଜାଣି ପାରିବେ ।

  • ଶରୀରରେ କୋଲେଷ୍ଟ୍ରଲର ମାତ୍ରା ଜାଣିବା ପାଇଁ ଆଖିର ଉପର ଓ ତଳ ଆଖିପତାକୁ ପରୀକ୍ଷା କରନ୍ତୁ । ଯଦି ଫ୍ୟାଟ ନଡ୍ୟୁଲସ ଦେଖାଯିବ ତେବେ ଆପଣଙ୍କ କୋଲେଷ୍ଟ୍ରଲର ମାତ୍ରା ଅଧିକ ଅଛି ।
  • ଶରୀରରେ ଥାଇରଏଡ ଅଛି କି ନାହଁ ଜାଣିବା ପାଇଁ ଦୁଇ ହାତକୁ ଉପରକୁ କରି ହାତ ପାପୁଲି ତଳ ମୁହାଁ କରି ତା ଉପରେ କାଗଜ ଖଣ୍ଡ ରଖନ୍ତୁ । ଯଦି ଆପଣଙ୍କ ହାତ ଅଳ୍ପ ଥରିବ ତେବେ ଜାଣନ୍ତୁ ଆପଣଙ୍କର ଏଣ୍ଡକ୍ରାଇନ ଗ୍ଲାଣ୍ଡରେ ସମସ୍ୟା ଅଛି ।   
  • ଆପଣଙ୍କ ଫୁସଫୁସ ସୁସ୍ଥ ଅଛି କି ନାହିଁ ଜାଣିବା ପାଇଁ ନିଜଠୁ ଏକ ମିଟର ଦୂରରେ କ୍ୟାଣ୍ଡେଲ ରଖନ୍ତୁ । ଏବଂ ୧ମିଟର ଦୂରରୁ ଆପଣ ଯଦି ଫୁଙ୍କିକି କ୍ୟାଣ୍ଡେଲ ଲିଭାଇ ପାରୁଛନ୍ତି ତେବେ ଆପଣଙ୍କ ଫୁସଫୁସ ସୁସ୍ଥ ଅଛି । ଆଉ ଯଦି ୩୦ସେମି ଦୂରତାରୁ ଆପଣ କ୍ୟାଣ୍ଡେଲ ଲିଭାଇବା ପାଇଁ ସକ୍ଷମ ହେଉଛନ୍ତି ତେବେ ଆପଣଙ୍କ ଫୁସଫୁସ ଅସୁସ୍ଥ ଅଛି ।
  • ଟକ୍ସିନର ମାତ୍ରା ଜାଣିବା ପାଇଁ ଆପଣଙ୍କ ଦୁଇ ହାତକୁ ନମସ୍କାର କରିବା ଢଙ୍ଗରେ ଛାତି ପାଖରେ ରଖନ୍ତୁ । ଧ୍ୟାନ ଦେବେ ଦୁଇ ହାତର ଆଙ୍ଗୁଳି ଏବଂ ପାପୁଲି ଯେପରି ସଠିକ ରୂପେ ମିଶୁଥିବ ।

ଏହିପରି ଢଙ୍ଗରେ ଯଦି ଆପଙ୍କ ହାତ ୯୦ ଡିଗ୍ରୀ କୋଣ ସୃଷ୍ଟି କରୁଛି ତେବେ ଆପଣଙ୍କ ଶରୀର ଟକ୍ସିନ ଫ୍ରି ।

Get real time updates directly on you device, subscribe now.

Comments
Loading...