News World Odisha
Current News Updates

ପ୍ରେମ ଋତୁରେ ପ୍ରତାରଣା ତୀର:କେନ୍ଦ୍ରକୁ ବିଜେଡି ବାଣ

0 228

Get real time updates directly on you device, subscribe now.

କେନ୍ଦ୍ର ଉପରେ ବର୍ଷିଲା ବିଜେଡି । ପ୍ରତିଶ୍ରୁତି ପୂରଣ କରିବାରେ କେନ୍ଦ୍ରର ବିଜେପି ନେତୃତ୍ବ।ଧୀନ ଏନ୍‌ଡିଏ ସରକାର ଫେଲ୍‌ ।  ମହାନଦୀ, ପୋଲାଭରମ୍ ,ନିଯ଼ୁକ୍ତି ଆଦି ପ୍ରସଙ୍ଗରେ ଓଡ଼ିଶାବାସୀଙ୍କୁ କେନ୍ଦ୍ର ପ୍ରତାରଣା କରିଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ । ବିଜେଡି କାର୍ଯ୍ୟାଳୟରେ ଏକ ସାମ୍ବାଦିକ  ସମ୍ମଳନୀରେ ବିଧାୟକ ସଂଜୟ ଦାସବର୍ମା ଏହି ଅଭିଯୋଗ କରିଛନ୍ତି । ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟ। ରାଜ୍ୟର ମାନ୍ୟତା ଦେବାକୁ ବିଜେପି ପ୍ରତିଶ୍ରୁତି ଦେଇଥିଲା। ତାହା ପ୍ରତାରଣାରେ ପରିଣତ ହୋଇଛି । ସେହିପରି ନିଯୁକ୍ତି ନେଇ କେନ୍ଦ୍ର ସରକାରକୁ ଟାର୍ଗେଟ୍‌ କରିଛନ୍ତି ଦାସବର୍ମା । ବାର୍ଷିକ ୨ କୋଟି ବେକାରଙ୍କୁ ନିଯୁକ୍ତି ଦେବାକୁ ପ୍ରଧାନମନ୍ତ୍ରୀ କହିଥିଲେ । ତାହା ମଧ୍ୟ ପ୍ରତାରଣାରେ ପରିଣତ ହୋଇଛି । ଏଭଳି ମିଛ ପ୍ରତିଶ୍ରୁତି କୌଣସି ଶାସନ ମୁଖ୍ୟ ଦେଇ ନଥିବା ସଂଜୟ ଦାସବର୍ମା କହିଛନ୍ତି । ଓଡ଼ିଶାର ଚାଷୀଙ୍କୁ ପ୍ରତାରଣା କରିଛି ବିଜେପି। ସ୍ବାମୀନାଥନ କମିଟି ସୁପାରିଶକୁ ଲାଗୁ କରାଯାଇ ନଥିବା କହି ଟାର୍ଗେଟ କରିଛନ୍ତି । ଓଡ଼ିଶା ବିଧାନସଭା କମିଟିକୁ ଭେଟିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖରେ ସମୟ ନାହିଁ । ମହାନଦୀ, ପୋଲାଭରମ ପ୍ରସଙ୍ଗରେ ପ୍ରତାରଣା କରିଛି ବିଜେପି । ଆଦିବାସୀଙ୍କ ପାଇଁ ପୂର୍ବରୁ ଥିବା ବିଭିନ୍ନ ଯୋଜନାକୁ କେନ୍ଦ୍ର ସରକାର ବନ୍ଦ କରିଛନ୍ତି । କୋଇଲା ରୟାଲଟି ସଂଶୋଧନ ପାଇଁ ପ୍ରତିଶ୍ରୁତି । ମାତ୍ର ଉଚିତ ପରିମାଣର ରୟାଲ୍‌ଟି ଓଡ଼ିଶାକୁ ମିଳିନାହିଁ ବୋଲି ବିଜେଡି ବିଧାୟକ ସଞ୍ଜୟ ଦାସବର୍ମା ଅଭିଯୋଗ କରିଛନ୍ତି ।…

Get real time updates directly on you device, subscribe now.

Comments
Loading...